Latest Odisha News

BREAKING NEWS

କେରଳରେ ବନ୍ୟା ବିତ୍ପାତ: ଆର୍ଥିକ ସହାୟତାର ହାତ ବଢାଇଲେ ବିଭିନ୍ନ ରାଜ୍ୟ

ନୂଆଦିଲ୍ଲୀ : କେରଳରେ ବନ୍ୟା ବିଭୀଷିକା ଯୋଗୁଁ ଦିନକୁ ଦିନ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ମୌସୁମୀ ବର୍ଷା ଯୋଗୁଁ ସ୍ଥିତି ଆହୁରି ଗମ୍ଭୀର ହୋଇପଡିଲାଣି । ରାଜ୍ୟରେ ୧୩ଟି ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ପାଖାପାଖି ୩୨୪ରୁ ଉର୍ଦ୍ଧ ହୋଇସାରିଲାଣି ।

ଏପରିସ୍ଥଳେ କେରଳର ବନ୍ୟା ପ୍ରପୀଡିତଙ୍କ ପାଇଁ ବିଭିନ୍ନ ରାଜ୍ୟ ସହାୟତାର ହାତ ବଢାଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ କେରଳ ଯାଇ ବନ୍ୟା ସ୍ଥିତିର ସମୀକ୍ଷା କରିବା ସହ ୫ଶହ କୋଟିର ଆର୍ଥିକ ସହାୟତା ରାଶି ଘୋଷଣା କରିଥିଲେ ।

ସେପଟେ ଆଜି ବନ୍ୟା ପୀଡିତଙ୍କ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୦କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ଏଥିସହିତ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ସେହିପରି ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ମଧ୍ୟ କେରଳ ପାଇଁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଆଜି କେରଳରେ ବନ୍ୟା ପିଡିତ ଲୋକମାନଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ଓଡିଶାରୁ ୨୪୩ ଜଣିଆ ଏକ ଉଦ୍ଧାରକାରୀ ଟିମ୍ କେରଳ ଅଭିମୁଖେ ଯାଇଛନ୍ତି । ସୂଚନା ଅନୁଯାୟୀ ପ୍ରଥମେ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେରଳକୁ ୫କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିସାରିଛନ୍ତି ।

Leave A Reply

Your email address will not be published.