Latest Odisha News

BREAKING NEWS

କେରଳ ବନ୍ୟା ଦୁର୍ଗତଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଭୁବନେଶ୍ୱର : କେରଳର ପ୍ରଳୟଙ୍କରୀ ବନ୍ୟାରେ ପ୍ରଭାବିତ ଲୋକମାନଙ୍କର ସହାୟତା ନିମନ୍ତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି ।

ଓଡ଼ିଶା ଡ଼ିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ ଆସୋସିଏସନ ପକ୍ଷରୁ କେରଳ ବନ୍ୟା ଦୁର୍ଗତଙ୍କ ନିମନ୍ତେ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନ ତାଙ୍କର ଏକମାସର ପେନସନ ୨୧.୫୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଚେକ୍ ଜରିଆରେ ପ୍ରଦାନ କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଚେକ୍ ଗ୍ରହଣ କରି ସେମାନଙ୍କ ବଦାନ୍ୟତା ଓ ମାନବିକତା ନିମନ୍ତେ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.