Latest Odisha News

BREAKING NEWS

ମହାରାଷ୍ଟ୍ର ପରେ ଏବେ କେରଳରେ ପଶି ପାରିବନି CBI !

କେରଳ: ଏବେ କେରଳରେ ପଶି ପାରିବନି ସିବିଆଇ । ମହାରାଷ୍ଟ୍ର ସରକାରଙ୍କ ଭଳି ରାଜ୍ୟରେ ସିବିଆଇର ଅବାଧ ପ୍ରବେଶ ଉପରେ କେରଳ ସରକାର ରୋକ ଲଗାଇଛନ୍ତି। ପୂର୍ବରୁ ଥିବା ନିୟମ ଅନୁଯାୟୀ, ସିବିଆଇ ଯେ କୌଣସି ମାମଲାରେ କେରଳରେ ପଶି ତଦନ୍ତ କରିବାର କ୍ଷମତା ରଖିଥିଲା। ଏଥିପାଇଁ ରାଜ୍ୟ ସରକାର ଓ ସିବିଆଇ ମଧ୍ୟରେ ‘ସାଧାରଣ ସହମତି’ ରହିଥିଲା। କିନ୍ତୁ ଆଜି ଏକ ବିଜ୍ଞପ୍ତି ଜରିଆରେ କେରଳ ସରକାର ଏହି ସାଧାରଣ ସହମତିକୁ ପ୍ରତ୍ୟାହାର କରି ନେଇଛନ୍ତି।

ବିଜ୍ଞପ୍ତିରେ କୁହାଯାଇଛି ଯେ ସିବିଆଇ ନିଜ କ୍ଷମତାର ଓ ସୀମା ବାହାରେ କୌଣସି କାମ କରିପାରିବ ନାହିଁ। କୌଣସି ମାମଲାରେ ତଦନ୍ତ ପାଇଁ ଯଦି ସିବିଆଇ କେରଳରେ ପ୍ରବେଶ କରିବ, ତା’ହେଲେ ଏଥିପାଇଁ ପ୍ରଥମେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ।

କେରଳ ସରକାର କ୍ୟାବିନେଟ୍‌ ବୈଠକ ଜରିଆରେ ସିବିଆଇର ଅବାଧ ପ୍ରବେଶ ଉପରେ ରୋକ ଲଗାଇ ଦେଇଛନ୍ତି। ଗତମାସରେ ମହାରାଷ୍ଟ୍ର ସରକାର ସିବିଆଇର ଅବାଧ ପ୍ରେବଶ ଉପରେ ରୋକ ଲଗାଇଥିଲେ। ମହାରାଷ୍ଟ୍ରରେ ଟିଆରପି ଘୋଟାଲାକୁ ନେଇ ସିବିଆଇ ତଦନ୍ତ କରିବା ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର।

Leave A Reply

Your email address will not be published.