Latest Odisha News

BREAKING NEWS

ସନ୍ନି ଲିଓନିଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ଥିରୁଅନନ୍ତପୁରମ୍: ୨୯ ଲକ୍ଷ ଟଙ୍କାର ଠକେଇ ମାମଲାରେ ଗିରଫ ହେବେନି ସନ୍ନି ଲିଓନି । ଅଭିନେତ୍ରୀ ସନ୍ନି ଲିଓନିଙ୍କ ଗିରଫଦାରୀ ଉପରେ କେରଳ ହାଇକୋର୍ଟ ରୋକ୍ ଲଗାଇଛନ୍ତି । ସନ୍ନିଙ୍କ ଆଣ୍ଟିସିପାଟୋରୀ ବେଲ୍ ଆବେଦନର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି କେରଳ ହାଇକୋର୍ଟ । ୨୯ ଲକ୍ଷ ଟଙ୍କା ଠକେଇ ମାମଲାର ତଦନ୍ତ କେରଳ କ୍ରାଇମବ୍ରାଞ୍ଚ କରୁଛି ।

୨ଟି ଇଭେଣ୍ଟରେ ଯୋଗଦେବା ପାଇଁ ସନ୍ନି ଲିଓନି 2୯ ଲକ୍ଷ ଟଙ୍କାର ଅଗ୍ରୀମ ନେଇ ପରେ ଆସିନଥିଲେ । ଏନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ ପରେ ସନ୍ନି ଲିଓନିଙ୍କୁ ଜେରା କରାଯାଇଥିଲା । ପେରୁମ୍ବାଭୁର ବାସିନ୍ଦା ଆର୍ ସିୟାଜ୍ ଆୟୋଜନ କରିବାକୁ ଥିବା ୨ଟି ଇଭେଣ୍ଟ ପାଇଁ ସନ୍ନି ତାଙ୍କଠାରୁ ୨୯ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ । କିନ୍ତୁ ସେ ଏହାକୁ ପରେ ଖାତିର କରି ନଥିଲେ ।

ସିୟାଜ୍ ଏନେଇ ରାଜ୍ୟ ପୁଲିସ ମୁଖ୍ୟଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ । ଅର୍ଥନୀତିକ ଠକେଇର ତଦନ୍ତ କରୁଥିବା ସଂସ୍ଥା କ୍ରାଇମବ୍ରାଞ୍ଚ ଏନେଇ ସନ୍ନିଙ୍କୁ ଜେରା କରିଥିଲା । ଥିରୁଅନନ୍ତପୁରମର ପୂବାର୍ଠାରେ ସନ୍ନି ଏକ ସିନେମା ଶୁଟିଂ ପାଇଁ ଆସିଥିବା ବେଳେ ସେଠାରେ ତାଙ୍କୁ ଜେରା କରାଯାଇଥିଲା ।

Leave A Reply

Your email address will not be published.