Latest Odisha News

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁ ଘଟଣା, ନିଲମ୍ବିତ ହେଲେ ମ୍ୟାନେଜର

ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସିପିପି ୧ ବିଭାଗରେ ହୋଇଥିବା ଦର୍ଗଟଣାରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ତନାଘନା । ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହେବା ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ମ୍ୟାନେଜର ତୋଷଲାଲ ପଟେଲ । ଏହାସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ନେଇ କାରଖାନା ଜନ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦୁର୍ଘଟଣା ପରେ ୪ ଜଣିଆ ଉଚ୍ଚସ୍ତରୀୟ ତଦନ୍ତ କମିଟି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଏଥିସହ ଘଟଣାରେ ମୃତକଙ୍କ ପତ୍ନୀଙ୍କୁ ଷ୍ଟିଲ୍ ପ୍ଲାରେ ଚାକିରି ଦିଆଯାଇଛି ।

ସୂଚନା ଅନୁସାରେ, ଗତ ୩୦ ତାରିଖରେ କାରଖାନାର ସିପିପି ୧ ବିଭାଗରେ ଗ୍ୟାସ୍ ପାଇପ୍ ଲାଇନ୍ ଫାଟିବାରୁ ଲୁହା ପ୍ଲେଟ ପଡ଼ିଥିଲା । ଫଳରେ ଠିକା କର୍ମଚାରୀ ଅମର କୁମାର ପଣ୍ଡାଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଥିଲେ । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହିତ ମୃତକଙ୍କ ପତ୍ନୀଙ୍କୁ ଚାକିରି ଦେବାକୁ ଦାବି କରିଥିଲେ ଶ୍ରମିକ ସଙ୍ଗଠନ । ରାଉରକେଲା ଇସ୍ପାତ କାରଖାନାରେ ସୁରକ୍ଷାରେ ଅବହେଳା କାରଣରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଶ୍ରମିକ ସଙ୍ଗଂନ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଘଟଣାରେ ଦୋଷୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Comments are closed, but trackbacks and pingbacks are open.