Latest Odisha News

BREAKING NEWS

ପରୀ ହତ୍ୟାକାରୀକୁ ଗିରଫ କଲା ଏସଆଇଟି

ଭୁବନେଶ୍ୱର : ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ହତ୍ୟାକାରୀ ଗିରଫ । ଗିରଫ ବ୍ୟକ୍ତି ଜଣକ ଯଦୁପରୁର ବୋଲି ଏସଆଇଟି ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ନୟାଗଡ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଗିରଫ ଅଭିଯୁକ୍ତକୁ ହାଜର କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ଗତ ଜୁଲାଇ ୧୪ରେ ଯଦୁପୁରର କୁନିଝିଅ ପରୀକୁ ହତ୍ୟା କରାଯାଇଥିଲା । ପରେ ପରୀର ମୃତଦେହ ତାଙ୍କ ଘର ପଛପଟୁ ଉଦ୍ଧାର କରାଯାଇଥିଲା । ଦୀର୍ଘଦିନ ତିନି ମାସ ବିତି ଯାଇଥିଲେ ସୁଦ୍ଧା  ପୋଲିସ ଅଭିଯୁକ୍ତ ନିକଟରେ ପହଂଚି ପାରିନଥିଲା । ନୟାୟ ପାଇଁ ପରୀର ବାପା ମା ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ କରିଥିଲେ । ଏହା ପରେ ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ।

Leave A Reply

Your email address will not be published.