Latest Odisha News

BREAKING NEWS

ଡାକ୍ତରଙ୍କ ଅବହେଳା: ଅସ୍ତ୍ରୋପଚାର ବେଳେ ମହିଳାଙ୍କ ପେଟରେ ରହିଗଲା ମେଟାଲ୍

ଥିରୁବନ୍ତପୁରମ: ପୁଣି ଡାକ୍ତରଙ୍କ ଅବହେଳା ମାମଲା ସାମ୍ନାକୁ ଆସିଛି। କେରଳର କୋଝିକୋଡ଼େ ମେଡିକାଲ କଲେଜରେ ଜଣେ ମହିଳାଙ୍କ ପ୍ରସୂତି
ସମୟରେ ଅସ୍ତ୍ରୋପଚାର ବେଳେ ପେଟରେ ରହିଯାଇଥିଲା ମେଟାଲ୍। ଅସ୍ତ୍ରୋପଚାରର ପ୍ରାୟ ୫ ବର୍ଷ ଯାଏଁ ମହିଳାଙ୍କ ପେଟରେ ଯନ୍ତ୍ରଣା ଅନୁଭବ
କରୁଥିଲେ। ଶେଷରେ ପେଟର ସ୍କାନ କରାଗଲା ଏବଂ ରିପୋର୍ଟରୁ ଜଣାପଡିଲା ଯେ, ପେଟରେ କିଛି ମେଟାଲ ରହିଯାଇଛି। ଡାକ୍ତରଙ୍କ ବେପରୁଆ ମନୋଭାବ ଯୋଗୁଁ ମହିଳାଜଣଙ୍କ ଉକ୍ତ ଡାକ୍ତରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜୋର୍ଜ ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ମହିଳାଙ୍କ ନାମ ହର୍ସିନା ୨୦୧୭ରେ କୋଝିକୋଡେ ମେଡିକାଲ କଲେଜରେ ତାଙ୍କର ତୃତୀୟ ସର୍ଜରୀ କରାଇଥିଲେ। ଏଥିପୂର୍ବରୁ
ଘରୋଇ ହସ୍ପିଟାଲରେ ପ୍ରଥମ ଦୁଇଟି ସର୍ଜରୀ କରାଯାଇଥିଲା। କିନ୍ତୁ ତୃତୀୟ ପ୍ରସବ ପରେ ହର୍ସିନା ତାଙ୍କ ପେଟରେ ବହୁତ ଯନ୍ତ୍ରଣା ଆରମ୍ଭ କଲେ। ଏନେଇ
ସେ କହିଛନ୍ତି, ‘ପ୍ରଥମେ ମୁଁ ଭାବିଲି ମୋର କିଡନୀ ଷ୍ଟୋନ ସମସ୍ୟା କିମ୍ବା କୌଣସି ପ୍ରକାରର କର୍କଟ ରୋଗ ଅଛି। ବହୁତ ଯନ୍ତ୍ରଣା ଯୋଗୁଁ ଅନେକ
ଆଣ୍ଟି-ବାୟୋଟିକ୍ସ ନେବା ଆରମ୍ଭ କଲି।’

ଗତ ୬ ମାସ ମଧ୍ୟରେ ହର୍ସିନାଙ୍କର ଯନ୍ତ୍ରଣା ବହୁତ ବଢିଗଲା। ତେଣୁ ସେ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାକୁ ଯାଇଥିଲେ ଏବଂ ଏଠାରେ ଥିବା
ଡାକ୍ତରମାନେ ସିଟି ସ୍କାନ କରିଥିଲେ। ଏହା ପରେ ତାଙ୍କୁ କୁହାଯାଇଥିଲା ଯେ ତାଙ୍କ ପେଟରେ କିଛି ମେଟାଲ ଫସି ରହିଛି। ଯେଉଁଥିପାଇଁ ସେ ଏହି ଯନ୍ତ୍ରଣା
ଭୋଗୁଛନ୍ତି। ସେପ୍ଟେମ୍ବର ୧୭ ତାରିଖରେ ହର୍ସିନା ପୁନର୍ବାର ମେଡିକାଲ କଲେଜ ଡାକ୍ତରମାନଙ୍କୁ ଦେଖାଇଲେ ଯେଉଁଠାରେ ଡାକ୍ତରମାନେ ଏହି
ମେଟାଲକୁ ସର୍ଜରି କରି ବାହାର କରିଥିଲେ।

ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କୁ ଏତେ ଯନ୍ତ୍ରଣା ସହିବାକୁ ପଡିଲା। ତେଣୁ ହର୍ସିନା ସେହି ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହି ମାମଲା
ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜୋର୍ଜ ଏହା ଜାଣି ସମସ୍ତ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିନା କହିଛନ୍ତି, ‘ଯେଉଁମାନେ ଏହା ପଛରେ
ଦାୟୀ ଅଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’ ଏହି ମାମଲାରେ ରିପୋର୍ଟ ଦାଖଲ କରିବାକୁ କେରଳର ସ୍ୱାସ୍ଥ୍ୟ
ବିଭାଗର ସଚିବଙ୍କୁ ମଧ୍ୟ କୁହାଯାଇଛି। ସେପଟେ ମେଡିକାଲ କଲେଜ ପ୍ରଶାସନ ମଧ୍ୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ କଲେଜର ପ୍ରିନ୍ସପାଲ ଡକ୍ଟର ଇ.ଭି ଗୋପୀ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନ ବେଳେ ସେମାନେ ଜାଣିବାକୁ ପାଇଲେ ଯେ ସେମାନଙ୍କର କୌଣସି ସର୍ଜିକାଲ ଉପକରଣ ହଜି
ନାହିଁ। ସେ କହିଛନ୍ତି, ‘ମହିଳା ଘରୋଇ ଡାକ୍ତରଖାନାରେ ଦୁଇଟି ସର୍ଜରି କରିସାରିଛନ୍ତି। ଏହା ପରେ ସେ ଏଠାକୁ ଆସିଥିଲେ। ହୁଏତ ଘରୋଇ
ମେଡିକାଲରେ ଏପରି ଘଟଣା ଘଟିଥାଏ ପାରେ।’

Leave A Reply

Your email address will not be published.