Latest Odisha News

BREAKING NEWS

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଫରେଷ୍ଟ ରେଞ୍ଜର ଦୀନବନ୍ଧୁ ମେହେରଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ମଙ୍ଗଳବାର ଦିନ ତାଙ୍କ ଘରେ ଚଢାଉ କରିଛି ।

ଏପରିକି ଭିଜିଲାନ୍ସ ଟିମ୍ ତାଙ୍କ ଘର ସମେତ ଅଫିସରେ ମଧ୍ୟ ଚଢାଉ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଆର‌୍ୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀମାନେ ପାଖାପାଖି ଅନେକ ସ୍ଥାନରେ ଚଢାଉ କରିଛନ୍ତି । ଏପରିକି ସମ୍ପୃକ୍ତ ରେଞ୍ଜରଙ୍କ କେସିଙ୍ଗାସ୍ଥିତ ଅଫିସ୍, ବଲାଙ୍ଗିରସ୍ଥିତ ବାସଭବନରେ ମଧ୍ୟ ଏକକାଳୀନ ଚଢାଉ କରିଛନ୍ତି ।

ତେବେ ଭିଜିଲାନ୍ସ ଟିମ୍ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ସବୁକୁ ତନତନ କରି ଯାଞ୍ଚ କରୁଥିବା ବେଳେ ଶେଷ ରିପୋର୍ଟ ଲେଖାଯିବା ବେଳକୁ ଏହି ଚଢାଉ କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.