Latest Odisha News

BREAKING NEWS

ଭାରତର ‘ନାଗରିକତା ସଂଶୋଧନ’ ଆଇନକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କଡ଼ା ନିନ୍ଦା

ନୂଆଦିଲ୍ଲୀ: ଭାରତର ଲୋକସଭାରେ ପାରିତ ହୋଇଥିବା ‘ନାଗରିକ ସଂଶୋଧନ ବିଲ’କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ କଡ଼ା ନିନ୍ଦା କରିଛନ୍ତି ।

“ଏହି ଆଇନ ପାକିସ୍ତାନ ସହ ପୂର୍ବମାନବଧିକାର ଆଇନ ଓ ଦ୍ୱିପାକ୍ଷିକ ବୁଝାମଣାର ସବୁ ମାନଦଣ୍ଡର ଉଲଂଘନ କରୁଛି” ବୋଲି ଇମ୍ରାନ ଟ୍ୱିଟ କରି କହିଛନ୍ତି ।

“ଏହା ମୋଦୀ ସରକାରଙ୍କ ଦ୍ୱାରା ପ୍ରଚାରିତ ‘ଆରଏସଏସ’ର ହିନ୍ଦୁରାଷ୍ଟ୍ର ପରିକଳ୍ପନାର ଏକ ଅଂଶ” ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ସୋମବାର ଦିନ ନାଗରିକତା ସଂଶୋଧନ ବିଲ୍‌ ୨୦୧୯କୁ ଲୋକସଭାରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଯାହା ଲୋକସଭାରେ ବହୁମତରେ ଗୃହୀତ ହୋଇଛି । ଆଜି ଏହାକୁ ରାଜ୍ୟସଭାରେ ପାସ କରାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

Leave A Reply

Your email address will not be published.