ଭୁବନେଶ୍ୱର: ଡିସେମ୍ବର ୧ ତାରିଖରୁ ଟ୍ରାଫିକ ନିୟମ ପୁଣିଥରେ କଡାକଡି ଭାବେ ଲାଗୁ କରିବାକୁ ସରକାର ସ୍ଥିର କରିଥିଲେ । ମାତ୍ର ଗୁରୁବାର ବିଧାନସଭାରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆହୁରି ୩ମାସ ଲାଗି ପାଇଁ ଟ୍ରାଫିକ୍ ନିୟମର କୋହଳ ଲାଗି ସମୟସୀମା ବୃଦ୍ଧି କରିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି।
ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ଜନ ସାଧାରଣଙ୍କ ପ୍ରବଳ ଭିଡ ଓ ଲୋକଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଡି ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ଠିକ କରିବାକୁ ଗାଡି ଚାଳକ ମାନଙ୍କୁ ଆଉ ୩ ମାସର ସମୟ ସୀମା ପ୍ରଦାନ କରିଛନ୍ତି ।
ଏହି କୋହଳ ସମୟ ସୀମା ଆଉ ୩ ମାସ ବୃଦ୍ଧି ପାଇଥିଲେ ମଧ୍ୟ ଯଦି ଆପଣ ଏହିସବୁ ଟ୍ରାଫିକ ନିୟମର ଅବମାନନା କରନ୍ତି ତେବେ ଆପଣଙ୍କୁ ଗଣିବାକୁ ପଡିବ ମୋଟା ଅଙ୍କର ଜୋରିମାନା।
କେଉଁ ଟ୍ରାଫିକ ନିୟମ ଭଙ୍ଗ କଲେ ଦେବାକୁ ପଡିବ ଜୋରିମାନା
.ମଦ ପିଇ ଗାଡ଼ି ଚଳାଇଲେ
.ସିଟବେଲ୍ଟ ନ’ଲଗାଇ ଗାଡ଼ି ଚଳାଇଲେ
.ଗାଡି ଚଳାଇଲା ବେଳେ ହେଲମେଟ୍ ବ୍ୟବହାର ନକଲେ
.ଦୁଇ ଚକିଆ ଯାନରେ ୩ ଜଣ ବସାଇଲେ
.ଓଭର ଲୋଡିଂ
.ଟ୍ରାଫିକ୍ ନିୟମ ନମାନି ରେଡ୍ ଲାଇଟ୍ ସିଗନାଲ ଅତିକ୍ରମ କଲେ ଆଦୟ ହେବ ଜୋରିମାନା
ତେବେ ଟ୍ରାଫିକ ନିୟମ ୩ ମାସ କୋହଳ ହୋଇଥିଲେ ମଧ୍ୟ ଏହିସବୁ ନିୟମକୁ ପାଳନ ନକଲେ ଚାଳକ ମାନଙ୍କଠାରୁ ପୂର୍ବଭଳି କଡ଼ା ଜୋରିମାନା ଆଦୟ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦନ୍ମାଭ ବେହେରା ସୂଚନା ଦେଇଛନ୍ତି।
Comments are closed.