Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନର ପ୍ରମୁଖ ଅଂଶ

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ସମ୍ବୋଧିତ କରିଛନ୍ତି ।

ଏହି ଅଭିଭାଷଣର ପ୍ରମୁଖ ଅଂଶଗୁଡିକ ହେଲା-

ପ୍ରତ୍ୟେକ ଭାରତୀୟ ସଜାଗ ଓ ସତର୍କ ରୁହନ୍ତୁ ଏବଂ ନିହାତି ଜରୁରୀ ନ ଥିଲେ ଘରୁ ବାହାରନ୍ତୁ ନାହିଁ ।

୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଘରୁ ବାହାରକୁ ନ ଯିବା ପାଇଁ ଅନୁରୋଧ ।

୨୨ମାର୍ଚ୍ଚ ରବିବାରରେ ସକାଳ ୭ରୁ ସନ୍ଧ୍ୟା ୯ ଯାଏଁ ଘରୁ ନ ବାହାରି ସାରା ଦେଶରେ ଜନତା କର୍ଫ୍ୟୁରେ ସାମିଲ ହୁଅନ୍ତୁ ।

ଏଭଳି ଅସମୟରେ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବାରୁ ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍ ଇତ୍ୟାଦିଙ୍କ ସମ୍ମାନରେ ୨୨ମାର୍ଚ୍ଚ ସନ୍ଧ୍ୟା ୫ଟାରେ ନିଜ ଘର ସାମ୍ନାରେ କିମ୍ବା ବାଲକୋନିରେ ୫ ମିନିଟ୍ ତାଳି ମାରି କିମ୍ବା ଘ ବଜାଇ ଉତ୍ସାହିତ କରନ୍ତୁ ।

ସାଧାରଣ ଲୋକେ ନିୟମିତ(ରୁଟିନ) ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ଯିବାରୁ କିଛି ଦିନ ପାଇଁ କ୍ଷାନ୍ତ ରୁହନ୍ତୁ । ଅଣରୁଟିନ ଅପରେସନ/ସର୍ଜରୀକୁ ସାମୟିକ ଭାବେ ଅନ୍ତତଃ ଏକ ମାସ ପାଇଁ ସ୍ଥଗିତ ରଖନ୍ତୁ । ଯାହାଦ୍ୱାରା ସ୍ୱାସ୍ଥ୍ୟକର୍ମୀମାନେ କରୋନା ସଂକ୍ରମଣ ରୋକିବା ଦିଗରେ ଧ୍ୟାନକେନ୍ଦ୍ରିତ କରିପାରିବେ ।

କରୋନା ସଂକ୍ରମଣର ଅର୍ଥନୈତିକ ପ୍ରଭାବ ନେଇ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଅର୍ଥନୈତିକ ଟାସ୍କଫୋର୍ସ ଗଠନ ।

ବ୍ୟବସାୟୀମାନେ ମାନବିକତା ଦୃଷ୍ଟିରୁ ନିଜ ପାଖରେ କାମ କରୁଥିବା କର୍ମଚାରୀମାନଙ୍କ ଦରମା କାଟନ୍ତୁ ନାହିଁ ।

ଜନସାଧାରଣ ଅଯଥାରେ ବ୍ୟସ୍ତ ହୋଇ ମାତ୍ରାଧିକ ସାମଗ୍ରୀ କିଣି ଜମାକରିବାରୁ କ୍ଷାନ୍ତ ରୁହନ୍ତୁ । ସମସ୍ତ ପ୍ରକାର ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ।

କୌଣସି ପ୍ରକାର ଗୁଜବ କିମ୍ବା ଭୟରେ ଆତଙ୍କିତ ହୁଅନ୍ତୁ ନାହିଁ । ଯଥା ସମ୍ଭବ ଅଫିସ ନ ଯାଇ ଘରୁ ଅଫିସ କାର୍ଯ୍ୟ କରନ୍ତୁ ।

Leave A Reply

Your email address will not be published.