Latest Odisha News

BREAKING NEWS

ନକଲି ମାଟ୍ରିକ ସାର୍ଟିଫିକେଟ ରାକେଟ୍‌, ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କୋରାପୁଟ: ନକଲି ମାଟ୍ରିକ ସାର୍ଟିଫିକେଟ ରାକେଟ୍‌କୁ ରୋକ୍ ଲଗାଇବାରେ ସଫଳ ହେଲା ଓଡ଼ିଶା କ୍ରାଇମ ବ୍ରାଞ୍ଚ ଟିମ। ଜାଲ ସାର୍ଟିଫିକଟ ଦେଇ ଚାକିରି କରିବା ଅଭିଯୋଗେର ଗିରଫ ହେଲେ ଆଉ ଜଣେ ବ୍ୟକ୍ତି। କୋରାପୁଟ ଗ୍ରାମୀଣ ଡାକ ସେବକ ଚାକିରି କରୁଥିବା ଛନ୍ଦା ଚରଣ ସାହୁଙ୍କୁ ଗିରଫ କଲା କ୍ରାଇମ ବ୍ରାଞ୍ଚ। ଗିରଫ ପରେ ତାଙ୍କୁ ଜୟପୁର କୋର୍ଟକୁ ଚାଲାଣ କରାଯାଇଛି ।

ସୂଚନା ଅନୁସାରେ ଏହି ବ୍ୟକ୍ତି ନକଲି ମାଟ୍ରିକ ସାର୍ଟିଫିକେଟ ଯୋଗେ ଗ୍ରାମୀଣ ଡାକ ସେବକ ଚାକିରି କରୁଥିଲେ। ଏନେଇ ଜୟପୁର ଥାନାରେ ଗତବର୍ଷ ଏପ୍ରିଲ ୫ ତାରିଖରେ ଅଭିଯୋଗ କରିଥିଲେ ଡାକ ବିଭାଗ ଅଧିକାରୀ । ସିନିୟର ସୁପରିଟେଣ୍ଡ ପୋଷ୍ଟ ଅଫିସ କୋରାପୁଟ ଡିଭିଜନର ଜୟପୁର ପକ୍ଷରୁ ଜୟପୁର ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ତଦନ୍ତ କରିଥିଲା କୋରାପୁଟ ପୋଲିସ । ପରେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତେବେ ଏଭଳି ଜାଲ ସାର୍ଟିଫିକେଟ ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଜାଣିବାକୁ ପାଇଥିଲା।

ପୂର୍ବରୁ ଏହି ରାକେଟରେ ଏଭଳି ସାର୍ଟିଫିକେଟ ତିଆରି ଠାରୁ ଆରମ୍ଭ କରି କାରବାର କରିବା ମାମଲାରେ ମୋଟ ୭ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ବର୍ତ୍ତମାନ ଏହି ନକଲି ସାର୍ଟିଫିକେଟ ବ୍ୟବହାର‌ କରିଥିବା ଛନ୍ଦା ଚରଣ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ଥାଉକି ପୁର୍ବରୁ ମଧ୍ୟ ଏଭଳି ଏକ ରାକେଟ ବଲାଙ୍ଗୀରରେ‌ ଠାବ ହୋଇଥିଲା । ଏଯାବତ କ୍ରାଇମବ୍ରାଞ୍ଚ ଏଭଳି ନକଲି ସାର୍ଟିଫିକେଟ ହାତେଇବା ମାମଲାରେ ମୋଟ୍ ୨୦ ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.