Latest Odisha News

BREAKING NEWS

ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହକୁ ଶ୍ରୀଜିଉଙ୍କୁ ଦିଆଗଲା ନିମନ୍ତ୍ରଣ

ପୁରୀ: ଓଡିଶାରେ ନୂଆ କରି ସରକାର ଗଢିବାକୁ ଯାଉଛି ବିଜେପି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ପାଇଁ ପୁରୀରେ ପହଞ୍ଚି ଏହି ନିମନ୍ତ୍ରଣ ପତ୍ର ଦେଇଛନ୍ତି ବିଜେପିର ନବ ନିର୍ବାଚିତ ବିଧାୟକଙ୍କ ଏକ ଟିମ୍ ।

ଓଡିଆ ପରମ୍ପରା ଅନୁଯାୟୀ ତିନି ଠାକୁରଙ୍କୁ ଦଳ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ସେନେଇ ଛପା ହୋଇଥିବା ନିମନ୍ତ୍ରଣ କାର୍ଡ, ଗୁଆ ଓ ନଡ଼ିଆକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ତେବେ ବିଧାୟକଙ୍କ ଟିମ୍ ରେ ଅଛନ୍ତି ଚିଲିକା ବିଜେପି ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ, ନିମାପଡା ବିଧାୟିକା ପ୍ରଭାତି ପରିଡା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବିଧାୟକ ଇରାଶିସ ଆଚାର୍ଯ୍ୟ ଓ ପୁରୀର ପୂର୍ବତନ ବିଧାୟକ ଜୟନ୍ତ ସଡଙ୍ଗୀ ।

ଅନ୍ୟପଟେ ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ । ଏନେଇ ଭୁନେଶ୍ବରରେ ପହଞ୍ଚିସାରିଛନ୍ତି ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୁପେନ୍ଦ୍ର ଯାଦବ । ବିଜେପି ବିଧାୟକ ଏବଂ ନେତାଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବେ ।

Leave A Reply

Your email address will not be published.