Latest Odisha News

BREAKING NEWS

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ; ବିଜେଡି ସୁପ୍ରିମୋଙ୍କୁ ନିମନ୍ତ୍ରଣ ଦେଲେ ବିଜେପି ନେତା

ଭୁବନେଶ୍ବର: ଆସନ୍ତାକାଲି ଶପଥ ଗ୍ରହଣ କରିବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ତଥା ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆରମ୍ଭ ହୋଇଗଲାଣି ସମୟ ଗଣତି । ଚାଲିଛି ନିମନ୍ତ୍ରଣ ପତ୍ର ବଣ୍ଟନ । ଏହାରି ଭିତରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଶପଥ ସମାରୋହରେ ଯୋଗ ଦେବା ପାଇଁ ଆମନ୍ତ୍ରଣ ଦେଇଛନ୍ତି ବିଜେପିର ବରିଷ୍ଠ ନେତା । ଏଥିପାଇଁ ବିଜେପିର ୫ ବରିଷ୍ଠ ନେତା ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, ବସନ୍ତ ପଣ୍ଡା ଏବଂ ସମୀର ମହାନ୍ତି ସମେତ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତାକାଲି ସମାରୋହ ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ମନମୋହନ ସାମଲ । ସେ କହିଛନ୍ତି, ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ ଦେଲୁ । ତାଙ୍କ ୪. ୧୫ରେ ପହଞ୍ଚି ଶପଥ ସମାରୋହରେ ଯୋଗ ଦେବା ପାଇଁ କୁହାଯାଇଛି । ସେ ଆସବେ ବୋଲି ମଧ୍ୟ କହିଛନ୍ତି ।

୨୪ ବର୍ଷ ପରେ ପଟ ବଦଳାଇଛି ରାଜ୍ୟ ରାଜନୀତି । ନବୀନ ସରକାର ଶାସନରେ ପଡିଛି ବିରାମ । ଯିଏ ଓଡିଶାକୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରିଛନ୍ତି ସେ ଆସନ୍ତାକାଲି ଠାରୁ ଇତିହାସ ପାଲଟିବାକୁ ଯାଉଛନ୍ତି । କାଲି ୨୪ ବର୍ଷର ନିରଙ୍କୁଶ ନବୀନ ସରକାର ଶାସନରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ଜନତା ମଇଦାନରେ ଅପରାହ୍ଣ ୪. ୪୫ରେ ଶପଥ ନେବାକୁ ଯାଉଛନ୍ତି ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । ଏହା ପରେ ସାରା ଓଡିଶାକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ଯେଉଁ ଶପଥ ଉତ୍ସବ ପାଇଁ ପ୍ରତି ପାଞ୍ଚ ବର୍ଷରେ ଥରେ ସମସ୍ତଙ୍କୁ ନିମନ୍ତ୍ରଣ ଦିଅନ୍ତି ଆଜି ସେ ନିଜେ ନିମନ୍ତ୍ରଣର ପାତ୍ର ହୋଇଛନ୍ତି ।

କିନ୍ତୁ ଏହି ସବୁ ମଧ୍ୟରେ ଏପର୍ଯ୍ୟନ୍ତ ବଛା ଯାଇନାହିଁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ? ଏହାରି ଭିତରେ ସଡିଶାରେ ଆସି ପହଞ୍ଚିଯାଇଛନ୍ତି ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ । ବିଜେପି  ବିଧାୟକ  ଓ ନେତାଙ୍କ ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ହେବ ଆଲୋଚନା । ଆଉ ସନ୍ଧ୍ୟା ସୁଦ୍ଧା ଓଡିଶାକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ଏହାପରେ ଆସନ୍ତାକାଲି ଶପଥ ଗ୍ରହଣର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.