Latest Odisha News

BREAKING NEWS

କେଜିଏଫ ଚ୍ୟାପ୍ଟର ୨: ବକ୍ସ ଅଫିସ କଲେକ୍ସନରେ ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ରେକର୍ଡ

ମୁମ୍ବାଇ: ୟଶ ଓ ସଂଜୟ ଦତ ଅଭିନୀତ କେଜିଏଫ:ଚ୍ୟାପ୍ଟର ୨ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି । ହିନ୍ଦୀ ଭର୍ସନରେ ଏହା ଏବେ ବି ଚମତ୍କାର ବ୍ୟବସାୟ ଜାରୀ ରଖିଛି । ୩୪୩.୧୩ କୋଟି ଆୟ ସହ ଏହା ଏବେ ବାହୁବଳୀ ୨ (୫୧୦.୯୯ କୋଟି) ଓ ଦଙ୍ଗଲ (୩୮୭.୩୮ କୋଟି) ପଛକୁ ରହିଛି । ସଂଜୁ, ପିକେ ଓ ଟାଇଗର ଜିନ୍ଦା ହେ ଫିଲ୍ମର କଲେକ୍ସନକୁ ଏହା ଭାଙ୍ଗି ସାରିଛି । ଅଳ୍ପ ଦିନରେ ଏହା ହିନ୍ଦର ଭର୍ସନରେ ସର୍ବାଧିକ ଆୟ କରିବାରେ ରେକର୍ଡ କରିଛି ।

ଅବଶ୍ୟ ଆଗକୁ ଏହି ଧାରା କମିବ ବୋଲି ସମୀକ୍ଷକମାନେ କହିଛନ୍ତି । ଏହାର ମୁଖ୍ୟ କାରଣ ହେଲା ଟାଇଗର ଶ୍ରଫଙ୍କ ହୀରୋପନ୍ଥୀ ୨ ଏବଂ ଅଜୟ ଦେବଗାନ ଓ ଅମିତାଭ ବଚ୍ଚନ ଅଭିନୀତ ରନୱେ ୩୪ ଆଗାମୀ ସପ୍ତାହରେ ରିଲିଜ ହେବ । ଅପରପକ୍ଷରେ କେଜିଏଫର ଝଡ ଆଗରେ ଜର୍ସି ମାତ୍ର ୨୦ କୋଟି ପାଖାପାଖି ଆୟ କରିପାରିଛି ।

Leave A Reply

Your email address will not be published.