Latest Odisha News

BREAKING NEWS

ପୁଲୱାମାରେ ଦୁଇ ଆତଙ୍କବାଦୀ ନିହତ; ପ୍ରବାସୀ ଶ୍ରମିକ ହତ୍ୟା ରେ ଥିଲେ ସାମିଲ୍

ଶ୍ରୀନଗର: ବୁଧବାର ରାତି ଅଧରେ ପୁଲୱାମା ଜିଲ୍ଲାରେ ଦୁଇ ଆତଙ୍କବାଦୀ ଙ୍କୁ ନିହତ କରିଛି ଭାରତୀୟ ସେନା। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଦୁଇ ଆତଙ୍କବାଦୀ ଲୁଚିଥିବା ଖବର ଆସିଥିଲା । ସେନା ପକ୍ଷରୁ ଆଗୁଆ କିଛି ଆକ୍ରମଣ ହୋଇନଥିବା ବେଳେ ଦୁଇ ଆତଙ୍କବାଦୀ ପ୍ରଥମେ ଗୁଳି ଚାଳନା କରିଥିଲେ ।

ପାଲଟା ଆକ୍ରମଣ କରିବାକୁ ଯାଇ ସିଆରପିଏଫ ଦୁଇ ଜଣଙ୍କୁ ନିହତ କରିଛି । ସେମାନେ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଏଜାଜ୍ ହଫିଜ୍, ଶାହିଦ୍ ଆୟୁବ୍ । ସେମାନେ ଅଲ-ବଦର ସଂଗଠନ ସହ ଜଡ଼ିତ ବୋଲି ଆଇଜିପି କଶ୍ମୀର ବିଜୟ କୁମାର ସୂଚନା ଦେଇଛନ୍ତି ।

ସେମାନଙ୍କ ନିକଟରୁ ଦୁଇଟି ଏକେ ରାଇଫଲ୍ ଜବତ କରାଯାଇଛି । ଉଭୟ ଆତଙ୍କବାଦୀ ଗତ ମାର୍ଚ୍ଚ-ଏପ୍ରିଲରେ ପ୍ରବାସୀ ଶ୍ରମିକଙ୍କ ଉପରେ ହୋଇଥିବା ଆକ୍ରମଣରେ ସାମିଲ ଥିଲେ ବୋଲି ଜଣାପଡ଼ିଛି ।

ବୁଧବାର ସଂଧ୍ୟାରେ ପ୍ରଥମେ ଆତଙ୍କବାଦୀଙ୍କ ପଟରୁ ଆକ୍ରମଣ ହୋଇଥିଲା । ସେହି ଅଞ୍ଚଳରେ ସ୍ଥାନୀୟ ସାଧାରଣ ଲୋକଙ୍କ ଉପସ୍ଥିତି ଅଧିକ ଥିବାରୁ କିଛି ସମୟ ପର୍ୟ୍ୟନ୍ତ ଅପରେସନ ବନ୍ଦ କରାଯାଇଥିଲା । ସାଧାରଣ ଲୋକଙ୍କୁ ଅପରେସନ ଅଞ୍ଚଳରୁ ଉଦ୍ଧାର କରିବା ପରେ ପୁନଶ୍ଚ ଅପରେସନ ହୋଇଥିଲା । ପ୍ରଥମେ ରାତି ଅଧ ଭିତରେ ଜଣେ ଆତଙ୍କାବାଦୀକୁ ନିହତ କରାଯାଇଥିଲା । ପରେ ବିଳମ୍ବିତ ରାତିରେ ଆଉ ଜଣେ ଆତଙ୍କବାଦୀକୁ ଟାର୍ଗେଟ କରାଯାଇଥିଲା ।

Leave A Reply

Your email address will not be published.