Latest Odisha News

BREAKING NEWS

ଜୈଶ୍-ଇ-ମହମ୍ମଦର ଧମକ: ମେ ୨୧ରେ ପଞ୍ଜାବରେ ସିରିଜ ବିସ୍ଫୋରଣ ଏବଂ ୨୩ରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା

ଜଲନ୍ଧର: ପଞ୍ଜାବ ରେ ଆସନ୍ତା ମେ ୨୧ରେ ସିରିଜ ବୋମା ବିସ୍ଫୋରଣ ହେବ । ଜଲନ୍ଧର, ସୁଲତାନପୁର ଲୋଧି, ଫିରୋଜପୁର, ଲୋହିଆନ ଖାସ୍, ଫଗଓ୍ବାରା ଏବଂ ତରନ ତରନ ରେଳ ଷ୍ଟେଶନ ରେ ସିରିଜ ବୋମା ବିସ୍ଫୋରଣ ହେବ । ବୁଧବାର ଅପରାହ୍ନରେ ଜୈଶ୍-ଇ-ମହମ୍ମଦ ନାମ ଲିଖିତ ଏକ ଚିଠି ସୁଲତାନ ପୁର ଲୋଧି ରେଳ ଷ୍ଟେଶନରେ ପହଞ୍ଚିଛି ।

ପାକିସ୍ତାନର ଜମ୍ମୁ ଏବଂ କଶ୍ମୀର ଏରିଆ କମାଣ୍ଡର ସଲିମ୍ ଅନସାରୀ ଙ୍କ ନାମରେ ଏହି ଚିଠି ଲେଖାଯାଇଛି । କେବଳ ସିରିଜ ବୋମା ବିସ୍ଫୋରଣ ନୁହେଁ ବରଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍, ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ ଓ ଡିଆରଏମ ସୀମା ଶର୍ମାଙ୍କୁ ହତ୍ୟା କରାଯିବ ବୋଲି ଜେଇଏମ୍ ଧମକ ଦେଇଛି ।

ମେ ୨୧ ବିସ୍ଫୋରଣ ପରେ ୨୩ ତାରିଖରେ ସେମାନଙ୍କୁ ହତ୍ୟା କରାଯିବ ବୋଲି ଚିଠିରେ ଲେଖାଯାଇଛି । ଏମାନଙ୍କ ସହ ଅକାଳୀ ଦଳ ନେତାଙ୍କୁ ମଧ୍ୟ ଟାର୍ଗେଟ କରାଯିବ ବୋଲି ଚିଠିରେ ଉଲ୍ଲେଖ ଅଛି ।

ପୂର୍ବରୁ ଭାରତରେ କିଛି ଜିହାଦୀଙ୍କୁ ହତ୍ୟା କରାଯାଇଥିଲା । ସେମାନଙ୍କ ପ୍ରତିଶୋଧ ନେବା ପାଇଁ ଏହି ଧମକ ଦିଆଯାଇଛି ବୋଲି ଆତଙ୍କବାଦୀ ସଂଗଠନ ପକ୍ଷରୁ ଆସିଥିବା ଚିଠିରେ ଉଲ୍ଲେଖ ଅଛି ।

ସୁଲତାନପୁର ଲୋଧି ଡିଏସପି ରାଜେଶ କକ୍କର କହିଛନ୍ତି ଯେ, ଜେଇଏମ ନାମ ଲିଖିତ ଚିଠି ଟି ରେଳ ଷ୍ଟେଶନ ଟିକଟ କାଉଣ୍ଟରରେ ପହଞ୍ଚିଥିଲା ।
ଏବେ ଚିଠି ର ଉତ୍ସ ତଦନ୍ତ କରାଯାଉଛି । ତା ସହ ରାଜ୍ୟରେ ସତର୍କତା ଜାରି କରାଯାଇଛି ବୋଲି ପଞ୍ଜାବ ପୋଲିସ୍ କହିଛି ।

Leave A Reply

Your email address will not be published.