Latest Odisha News

ଦଙ୍ଗଲ କଲେକ୍ସନ ଅତିକ୍ରମ କଲା କେଜିଏଫ ୨, ଓଟିଟି ରାଇଟ୍ସ ୩୨୦ କୋଟିରେ ବିକ୍ରୀ

ମୁମ୍ବାଇ: କେଜିଏଫ ୨ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି । ଏହା ଓଭରାଲ ୧୧୦୦ କୋଟି ଟଙ୍କା ଆୟ କରି ୪ର୍ଥ ସ୍ଥାନରେ ରହିଥିବା ବେଳେ ହିନ୍ଦୀରେ ଦଙ୍ଗଲ ରେକର୍ଡ ଭାଙ୍ଗି ଦ୍ୱିତୀୟ ସ୍ଥାନ ହାସଲ କରିଛି । ଦଙ୍ଗଲ ୩୮୭.୩୮ କୋଟି ଆୟ କରିଥିବା ବେଳେ କେଜିଏଫ ୨ ବକ୍ସ ଅଫିସରେ ୩୯୧.୬୫ କୋଟି ଟଙ୍କା କଲେକ୍ସନ କରିଛି । ରିପୋର୍ଟ ମୁତାବକ ଓଟିଟି ପ୍ଲାଟଫର୍ମରେ ମଧ୍ୟ ଏହା ରେକର୍ଡ କରିବାକୁ ଯାଉଛି । ଆମାଜାନ ପ୍ରାଇମ ଭିଡିଓ ୩୨୦ କୋଟି ଟଙ୍କାରେ ଏହାକୁ କ୍ରୟ କରିଛି । ଅବଶ୍ୟ ଏ ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ ।

ୟଶଙ୍କ ଏହି ଫିଲ୍ମ ୧୪ ଏପ୍ରିଲରେ ୫ଟି ଭାଷାରେ ରିଲିଜ ହୋଇଥିଲା । ହିନ୍ଦୀ ଭର୍ସନରେ ଏହା ଖୁବ ଶୀଘ୍ର ବାହୁବଳୀ ୨ ରେକର୍ଡ (୫୧୧ କୋଟି) ଭାଙ୍ଗିବ ବୋଲି ଆଶା କରାଯାଉଛି । ଫିଲ୍ମ ପ୍ରତି ସାରା ଦେଶରେ ଏବେ ବି ଜବରଦସ୍ତ କ୍ରେଜ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.