Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସମୁଦ୍ର ମଝିରେ ରହସ୍ୟମୟୀ ତନାହଲୋତ: ଦିନ ରାତି ସୁରକ୍ଷା ଦେଉଛି ସାପ

ଇଣ୍ଡୋନେସିଆ: ଧର୍ମ ଆଉ ବିଶ୍ୱାସ। ଏହି ଆଧାରରେ ଆମେ। ଭାରତରେ ଅନେକ ମଠ ମନ୍ଦିର ରହିଛି । ଆଉ ସେହି ମନ୍ଦିର ଭଗବାନଙ୍କ ଉପରେ ରହିଛି ଆମର ଅଗାଢ ବିଶ୍ୱାସ। କେବେଳ ଯେ ଆମ ଦେଶରେ ନୁହେଁ ବିଦେଶରେ ମଧ୍ୟ କିଛି ସ୍ଥାନରେ ଭଗବାନଙ୍କ ମନ୍ଦିର ଅଛି। ତା ପୁଣି ଅକ୍ଷୁର୍ଣ୍ଣ । ଆଉ ସେହି ମନ୍ଦିରରେ ପୂଜାର୍ଚ୍ଚନା ବି କରାଯାଉଛି।       ଆଜି ଆମେ ଆପଣଙ୍କୁ ସେମିତି ଏକ ବହୁ ପୁରୁଣା ରହସ୍ୟମୟ ମନ୍ଦିର ବିଷୟରେ କହିବାକୁ ଯାଉଛି। ଯାହା ବିଦେଶରେ ରହିଛି ଆଉ ବର୍ଷ ବର୍ଷ ପୁରୁଣା ମନ୍ଦିର। ମନ୍ଦିରଟି ଇଣ୍ଡୋନେସିଆ ବାଲିରେ ସମୁଦ୍ର ମଝିରେ ଅଛି। ବର୍ଷେ କି ଦୁଇ ବର୍ଷ ନୁହେଁ ୬ଶହରୁ ଅଧିକ ବର୍ଷ ହେଲାଣି ପୁରୁଣା ମନ୍ଦିର ତନାହଲୋତ’। ସୁମଦ୍ର ଲୁଣି ପାଣି ପ୍ରତିଦିନ ମାଡ ହେଉଛି ହେଲେ ଏବେ ବି ମନ୍ଦିର ସେମିତି ଦଣ୍ଡାୟମାନ ରହିଛି । ତେବେ ସବୁଠୁ ବଡ଼ କଥା ହେଉଛି ଏହି ରହସ୍ୟମୟୀ ମନ୍ଦିରରେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ସର୍ପ।

ମନ୍ଦିରଟି ଇଣ୍ଡୋନେସିଆର ସମୁଦ୍ର କୂଳରେ ଏକ ଉଚ୍ଚ ପଥର ଉପରେ ନିର୍ମିତ ହୋଇଛି। ତେବେ କୁହାଯାଉଛି ଯେ ହଜାରେ ବର୍ଷ ଧରି ସମୁଦ୍ର ଜୁଆର କ୍ଷୟ ହେତୁ ଏହି ପଥର ସୃଷ୍ଟି ହୋଇଛି। ସ୍ଥାନୀୟ ଭାଷାରେ ‘ତନାହ ଲୋତ’ର ଅର୍ଥ ସମୁଦ୍ର ଭୂମି। ବାଲିର ସମୁଦ୍ର ଉପକୂଳରେ ଥିବା ସାତୋଟି ମନ୍ଦିର ମଧ୍ୟରୁ ଏହା ଅନ୍ୟତମ, ସେଗୁଡିକୁ ଏକ ଶୃଙ୍ଖଳିତ ଆକାରରେ ନିର୍ମାଣ କରାଯାଇଛି।

ତନାହ ଲୋତ ମନ୍ଦିର ପଞ୍ଚଦଶ ଶତାବ୍ଦୀରେ ନିରର୍ଥ ନାମକ ଜଣେ ପୁରୋହିତଙ୍କ ଦ୍ୱାରା ନିର୍ମିତ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ସେଠାରେ ସମୁଦ୍ର ଦେବତା ପୂଜା ପାଇବା ସହ ପୁରୋହିତ ନିରର୍ଥଙ୍କୁ ମଧ୍ୟ ମନ୍ଦିରରେ ପୂଜା କରାଯାଏ। କୁହାଯାଏ ଯେ ଏହାର ପଥର ତଳେ ବାସ କରୁଥିବା ବିଷାକ୍ତ ସାପ ଏହି ମନ୍ଦିରକୁ ଖରାପ ଶକ୍ତିଠାରୁ ରକ୍ଷା କରିଥାନ୍ତି। ତେଣୁ ଏହି ମନ୍ଦିରର କେହି କିଛି କ୍ଷତି କରି ପାରନ୍ତି ନାହିଁ।

ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରପୁର ଥିବା ଏହି ସ୍ଥାନ ପ୍ରତି ଲୋକଙ୍କ ମନରେ ଅନେକ ଶ୍ରଦ୍ଧା ଓ ବିଶ୍ୱାସ ରହିଛି। ସୁମଦ୍ରର ଲୁଣିପାଣି ମାଡ ହେଉଥିଲେ ସୁଦ୍ଧା ଏହି ରହସ୍ୟମୟୀ ମନ୍ଦିର ସୁରକ୍ଷିତ ରହିଛି।

Leave A Reply

Your email address will not be published.