Latest Odisha News

BREAKING NEWS

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଲା ଖାଲିସ୍ତାନୀ ଆତଙ୍କୀ ପନ୍ନୁ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହତ୍ୟା ଧମକ । ଖାଲିସ୍ତାନୀ ଆତଙ୍କୀ ଏବଂ ଶିଖ୍ ଫର୍ ଜଷ୍ଟିସର ସଂସ୍ଥାପକ ଗୁରୁପତୱନ୍ତ ସିଂ ପନ୍ନୁ ଏହି ହତ୍ୟା ଧମକ ଦେଇଛି । ଆଗାମୀ ୨୬ ଜାନୁଆରୀ ସାଧାରଣତନ୍ତ୍ରରେ ଭଗବନ୍ତଙ୍କ ଉପରେ ଆକ୍ରମଣ କରାଯିବା ସହ ପଞ୍ଜାବର ଡିଜିପି ଗୌରବ ଯାଦବଙ୍କୁ ମଧ୍ୟ ହତ୍ୟା କରିବା ନେଇ ଧମକ ଦେଇଛି ପନ୍ନୁ ।

ଏକ ଭିଡିଓ ଜାରି କରି ପଞ୍ଜାବର ସିଏମ ଭଗବନ୍ତ ମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଛି ପନ୍ନୁ । ଏହି ଭିଡିଓରେ ପନ୍ନୁ ପଞ୍ଜାବର ଗ୍ୟାଙ୍ଗଷ୍ଟରମାନଙ୍କୁ ତା ସହ ଯୋଗାଯୋଗ କରିବାକୁ କହିଛି । ଗଣତନ୍ତ୍ର ଦିବସରେ ମାହୋଲ ନଷ୍ଟ କରିବାକୁ ଖାଲିସ୍ତାନୀ ଆତଙ୍କବାଦୀ ଧମକ ଦେଇଛି । ରାଜ୍ୟରେ ଆଇନ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ ପଞ୍ଜାବ ପୋଲିସ ଦ୍ୱାରା କରାଯାଇଥିବା ସମସ୍ତ ପ୍ରୟାସକୁ ଭୁଲ ବୋଲି ଆତଙ୍କବାଦୀ କହିଛନ୍ତି । ବାସ୍ତବରେ ପଞ୍ଜାବରେ ହୋଇଥିବା ଏନକାଉଣ୍ଟରକୁ ନେଇ ପନ୍ନୁ ନିଜର ଅସନ୍ତୋଷ ବ୍ୟକ୍ତ କରିଛି ।

ଖାଲିସ୍ତାନୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ ଉପରେ ହେଉଥିବା ନିରନ୍ତର କାର୍ଯ୍ୟାନୁଷ୍ଠାନ କାରଣରୁ ଗ୍ୟାଙ୍ଗଷ୍ଟର ଏବଂ ଖାଲିସ୍ତାନୀ ସମର୍ଥକମାନେ ବିବ୍ରତ ହୋଇପଡ଼ିଛନ୍ତି । ପଞ୍ଜାବ ପୋଲିସ ପକ୍ଷରୁ ଗ୍ୟାଙ୍ଗଷ୍ଟର ଏବଂ ଖାଲିସ୍ତାନୀ ଆତଙ୍କୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣେଇଛି । ଏନେଇ କିଛି ଦିନ ହେବ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ଜାନୁଆରୀ ୨୨ରେ ଆୟୋଜିତ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଭାରତ ସରକାରଙ୍କୁ ଧମକ ଦିଆଯିବାର ସପ୍ତାହେ ପରେ ଭଗବନ୍ତ ମାନଙ୍କୁ ହତ୍ୟା ଧମକ ଦିଆଯାଇଛି ।

Leave A Reply

Your email address will not be published.