Latest Odisha News

BREAKING NEWS

ଶିଖର ଧାୱନ କହିଲେ ରୋହିତଙ୍କ ଯୋଗୁ ମୋ କ୍ୟାରିୟର….

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସିନିୟର ବ୍ୟାଟ୍ସମ୍ୟାନ ଶିଖର ଧାୱନ ପ୍ରାୟ ବର୍ଷେ ହେବ ଟିମରୁ ବାହାରେ ଅଛନ୍ତି । ରୋହିତ ଶର୍ମାଙ୍କ ସହ ସେ ଓପନିଂ କରି ଅନେକ ଥର ଭଲ ପ୍ରଦର୍ଶନ କରିଛନ୍ତି । ୨୦୧୩ରୁ ୨୦୨୨ ପର୍ଯ୍ୟନ୍ତ ଉଭୟ ଓପନିଂ କରି ୫୧୪୮ ରନ ସଂଗ୍ରହ କରିଛନ୍ତି । ଏହାର ଫାଇଦା ମଧ୍ୟ ଟିମ ଇଣ୍ଡିଆକୁ ମିଳିଛି । ଏବେ ନିକଟରେ ଏକ ସାକ୍ଷାତକାରରେ ଧାୱନ ତାଙ୍କ ସାଥୀ ଖେଳାଳିଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ରୋହିତଙ୍କ ସହ ଓପନିଂ କରିବା ଯୋଗୁ ମୁଁ ସର୍ବଦା ଫାଇଦାରେ ରହିଛି । ସେ ଏହି ଅବସରରେ ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ସର୍ବଦା ରୋହିତଙ୍କୁ ଏହାର ଶ୍ରେୟ ଦେବି । ବ୍ୟାଟିଂ କରିବା ବେଳେ ରୋହିତ ସର୍ବଦା ମୋତେ ଉତ୍ସାହିତ କରିଥାନ୍ତି । ମୁଁ ମଧ୍ୟ ବହୁତ ସହଜ ଅନୁଭବ କରେ ।

୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଦିନିକିଆରେ ଆମେ ପ୍ରଥମ ୱିକେଟରେ ୧୯୩ ରନ ଯୋଗ କରିଥିଲୁ । ସେହିପରି ୨୦୧୮ ଏସିଆ କପରେ ପାକିସ୍ତାନ ବିପକ୍ଷରେ ୨୧୦ ରନ ଯୋଗ କରିଥିଲୁ । ଏହା ଆମର ଶ୍ରେଷ୍ଠ ଇନିଂସ ଥିଲା । ଧାୱନ ଭାରତ ପକ୍ଷରୁ ୩୪ ଟେଷ୍ଟ(୨୩୧୫ ରନ), ୧୬୭ ଦିନିକିଆ (୬୭୯୩ ରନ) ଓ ୬୮ ଟି୨୦(୧୭୫୯ ରନ) ମ୍ୟାଚ ଖେଳିଛନ୍ତି । ସେ ଟେଷ୍ଟରେ ୭, ଦିନିକିଆରେ ୧୭ ଶତକ ମାରିଛନ୍ତି ।

Leave A Reply

Your email address will not be published.