Latest Odisha News

BREAKING NEWS

ଖାଲସା ଏକାଠି କରିବାର ଶକ୍ତି ବିଛିନ୍ନତାବାଦୀ ନୁହେଁ: ୟୁଏସ ଭାରତୀୟ ରାଷ୍ଟ୍ରଦୂତ

ୱାଶିଂଟନ ଡିସି: ଭାରତରେ ବିଚ୍ଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନ, ବ୍ରିଟିଶ କଲମ୍ବିଆ ଓ ସାନ୍‌ଫ୍ରାନ୍ସିକୋରେ ଭାରତୀୟ ଦୂତାବାସରେ ଭଙ୍ଗାରୁଜା କରିବା ପରେ ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଏକ ଚର୍ଚ୍ଚିତ ବୟାନ ଦେଇଛନ୍ତି।

ଖାଲ୍‌ସା ସମସ୍ତଙ୍କୁ ଏକାଠୀ କରୁଥିବାର ଏକ ଶକ୍ତି ବିଚ୍ଛିନ୍ନତାର ଶକ୍ତି ନୁହେଁ ବୋଲି ଆମେରିକା ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂହ ସାନ୍ଧୁ କହିଛନ୍ତି। ଶନିବାର ଆମେରିକାର ୱାଶିଂଟନ ଡିସିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନ୍ୟ ପ୍ରତିଷ୍ଠିତ ଶିଖ୍‌ମାନଙ୍କ ଭଳି ତାଙ୍କୁ ବି ଶିଖ୍ ହିରୋ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ସମ୍ମାନ ପାଇବା ପରେ ଏହିପରି ବୟାନ ଦେଇଛନ୍ତି ସାନ୍ଧୁ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାନ୍ଧୁ କହିଥିଲେ “ ଗୁରୁ ଗୋବିନ୍ଦ ସିଂହଙ୍କ ଦ୍ୱାରା ବୈଶାଖୀ ଦିନରେ ସୃଷ୍ଟି ହୋଇଥିବା ଖାଲସା ସମସ୍ତଙ୍କୁ ଏକାଠି କରିବାର ଶକ୍ତି ବିଛିନ୍ନତାର ଶକ୍ତି ନୁହେଁ।”

ସେ ଆହୁରି କହିଥିଲେ ଶିଖ୍‌ମାନ ଧର୍ମ ଓ ଏହାର ଐତିହାସିକ ମହତ୍ୱପୂର୍ଣ୍ଣ ଅବଧାରଣାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାର୍ବଭୌମିକତା, ଏକତା, ସମାନତା, ସଚ୍ଚୋଟତା, ସେବା, ଯୋଗ, ମାନିସିକ ଶାନ୍ତି ଓ ଲୋକମାନଙ୍କ ଭିତରେ ସୌହ୍ୱାର୍ଦ୍ଦ ବନାଇ ରଖିବା। ତେବେ କିଛି ଖଳ ପ୍ରକୃତିର ଲୋକ ହିଂସା ଘଟାଇ ଏହାକୁ ବଦନାମ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ପଞ୍ଜାବର ସମସ୍ତ ଶିଖ୍ ଭାରତର ହେଉଥିବା ବିକାଶରେ ଯୋଗ ଦେବା ଦରକାର ବୋଲି ସେ କହିଛନ୍ତି।

Comments are closed.