Latest Odisha News

BREAKING NEWS

ଆଜିଠୁ ଆରମ୍ଭ ଖଣ୍ଡଗିରି କୁମ୍ଭ ମେଳା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି କୁମ୍ଭ ମେଳା । ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ ପରେ ପରମ୍ପରା ଅନୁଯାୟୀ ଖଣ୍ଡଗିରି କୁମ୍ଭ ମେଳରେ ପ୍ରଜ୍ବଳିତ ହୋଇଥାଏ ଧ୍ବନୀ । ମାଘସପ୍ତମୀରୁ ଆରମ୍ଭ ହେଉଥିବା କୁମ୍ଭମେଳା ପୂର୍ଣ୍ଣିମା ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ ।

ଏହି ପବିତ୍ର ଅବସରକୁ ଦୃଷ୍ଟିରେ ରଖି ଏଠାକୁ ଶତାଧିକ ସାଧୁସନ୍ଥଙ୍କ ଆଗମନ ହୋଇଛି। ଅଯୋଧ୍ୟା, କାଶି, ବୃନ୍ଦାବନ, ହରିଦ୍ୱାର, ମଥୁରରୁ ସାଧୁ ସନ୍ଥ ଆସିଛନ୍ତି । ହରିକୀର୍ତନ, ଭାଗବତ, ଚଣ୍ଡୀପାଠ ଲାଗି ଖଣ୍ଡଗିରି ପାହାଡରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଶହେରୁ ଅଧିକ ନାଗା ସାଧୁ ଖଣ୍ଡଗିରି ମେଳା ପାଇଁ ଆସିଛନ୍ତି।

ପ୍ରତ୍ୟେକ ବର୍ଷ ଏହି ମେଳା ଅନୁଷ୍ଠିତ ହେଉଥିବା ବେଳେ ଶହ ଶହ ସାଧୁ ବିଶ୍ୱଶାନ୍ତି ଓ ଜଗତ କଲ୍ୟାଣପାଇଁ ଏଠାରେ ଏକାଠି ହୁଅନ୍ତି । ମାତ୍ର ଚଳିତ ବର୍ଷ କରୋନା ପାଇଁ କେବଳ ହୋମ ଯଜ୍ଞ କରାଯାଉଛି ଓ ମେଳା ଏବଂ ଯାତ୍ରା ଉପରେ ଲାଗିଛି ରୋକ୍ ।

ପରମ୍ପରା ଅନୁସାରେ ଆଜି ସନ୍ଧ୍ୟାରେ ଜାଗମାର ଗାଁ ରୁ ପ୍ରଭୁ ଅନନ୍ତ କେଶରୀ ଯାତ୍ରାରେ ବାହାରି ରାଣୀ ହଂସପୁରକୁ ଆଗମନ କରିବେ । ସେଠାରେ ପୂଜା ସରିବା ପରେ ପୁଣି ଗାଁକୁ ପେରି ଆସିବେ । ବିଶ୍ବାସ ରହିଛି ଏହି ମେଳାର ଅନନ୍ତ କେଶରୀଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ।

Leave A Reply

Your email address will not be published.