Latest Odisha News

BREAKING NEWS

ଆଜି ପବିତ୍ର ମାଘ ସପ୍ତମୀ: ବିନା ଭକ୍ତରେ ହେଲା ଚନ୍ଦ୍ରଭାଗା ବୁଡ଼

କୋଣାର୍କ(ପୁରୀ): ଆଜି ପବିତ୍ର ମାଘ ସପ୍ତମୀ । ଏବର୍ଷ କରୋନା କଟକଣା ଭିତରେ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେଉଛି ମାଘମେଳା । ଚନ୍ଦ୍ରଭାଗାରେ ମାଘ ବୁଡ଼ ପକାଇବାରୁ ଏଥର ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । କୋଭିଡ୍ କଟକଣା ଭିତରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ଚନ୍ଦ୍ରଭାଗା ବୁଡ଼ ।

ପରମ୍ପରା ଅନୁସାରେ ସନ୍ଥପୁର ଗାଁର ବାବା ଇସାନେଶ୍ୱର, ମାଧିପୁର ଗାଁର ବାବା ତ୍ରିବେଣୀସ୍ୱର, କୁରୁଜଙ୍ଗ ଗାଁର ବାବା ଦକ୍ଷିଣେଶ୍ୱରଙ୍କ ଚଳନ୍ତି ପ୍ରତିମା ଭୋର୍ ୪ଟା ୩୪ ମିନିଟରେ ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଥିଲେ । ଏହାପରେ ସେବାୟତ ଓ ସାଧୁସନ୍ଥ ପକାଇଥିଲେ ମାଘ ବୁଡ଼ ।

ଚନ୍ଦ୍ରଭାଗା ବୁଡ଼ ପାଇଁ ପ୍ରଶାସନ ୧୪୪ ଧାରା ଜାରି କରିଛି । ଆଜି ଦିନ ଗୋଟାଏ ଯାଏ କଟକଣା ବଳବତ୍ତର ରହିବ । ସୁରକ୍ଷା ଦୃଷ୍ଟିରୁ ତୀର୍ଥ ପୁଷ୍କରିଣୀ ଚାରିପଟେ ବ୍ୟାରିକେଡ୍ ସହ ୪ ସେକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ସୁରକ୍ଷା ଦାୟିତ୍ୱରେ ଅଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।

Leave A Reply

Your email address will not be published.