Latest Odisha News

BREAKING NEWS

ଜାମ୍ମୁ ଓ କାଶ୍ମୀରର ୨ଟି ସ୍ଥାନରେ ଏନକାଉଣ୍ଟର; ଜଣେ ସହିଦ, ୩ ଲସ୍କର ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଏକାସାଥୀରେ ୨ଟି ସ୍ଥାନରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ଚାଲିଛି । ବଡ଼ଗାମ ଜିଲ୍ଲାର ବୀରବାହରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ରାଜ୍ୟ ପୋଲିସର ଜଣେ କର୍ମଚାରୀ ସହିଦ ହୋଇଛନ୍ତି ।

ମହମ୍ମଦ ଅତଲଫ ସହିଦ ହୋଇଥିବା ବେଳେ ମନଜୁର ଅହମଦ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବୀରବାହରେ ୨ ଜଣ ଆତଙ୍କବାଦୀ ଛପିଥିବା ଆଶଙ୍କା କରାଯାଉଛି । ଏନେଇ ଉତ୍ତର କାଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛି । ବଡ଼ଗାମରେ ବିଳମ୍ବିତ ରାତିରୁ ଏନକାଉଣ୍ଟର ଜାରି ରହିଛି ।

ସେହିଭଳି ଦ୍ୱିତୀୟ ଏନକାଉଣ୍ଟର ସୋପିଆଁ ଜିଲ୍ଲାର ବୁଡ଼ଗାମ ଅଞ୍ଚଳରେ ହୋଇଛି । ଏଥିରେ ସୁରକ୍ଷାବଳ ୩ ଜଣ ଲସ୍କର ଏ ତୋଇବା ଆତଙ୍କବାଦୀଙ୍କୁ ନିହତ କରିଥିବା ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଉତ୍ତ ଅଞ୍ଚଳରେ ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଥିବା କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.