Latest Odisha News

BREAKING NEWS

ଖଣ୍ଡଗିରୀ ମେଳାରେ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି, ସନାତନୀ ସଂସ୍କୃତି ନୀତିରେ ଯଜ୍ଞ ହେବ

ଭୁବନେଶ୍ୱର: ଆସନ୍ତା ୨୫ରୁ ଆରମ୍ଭ ହେବ ପ୍ରସିଦ୍ଧ ମାଘମେଳା । ଚଲିତବର୍ଷ ୧ ହଜାରରୁ ଅଧିକ ସାଧୁ ସନ୍ଥଙ୍କ ଆଗମନ ହେବ । ତେବେ ଏହି ସମୟରେ ପ୍ରସିଦ୍ଧ ମାଘମେଳାରେ କୌଣସି ପ୍ରକାରର ଗୁଣିଗାରେଡ଼ି, କୁସଂସ୍କାର କିମ୍ବା ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି । ଭଣ୍ଡ ବାବାଙ୍କୁ ମେଳାରେ ପ୍ରବେଶ ପାଇଁ କଡା କଡି ଭାବେ ବାରଣ କରାଯିବ । ଭକ୍ତଙ୍କ ଭାବାବେଗକୁ ଆଘାତ ଦେଲା ଭଳି କାମ ଓ ରୋଗ ଭଲ କରିଦେବା ନାଁରେ ଭକ୍ତଙ୍କୁ ଶୋଷଣ କରାଯିବ ନାହିଁ ବୋଲି ପ୍ରସିଦ୍ଧ ଖଣ୍ଡଗିରି ମେଳା ପୂର୍ବରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ଖଣ୍ଡଗିରି ମେଳା ପସ୍ତୁତି ବୈଠକ ସ୍ଥାନୀୟ ପାଦୁକା ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଯଦି କେହି ଲୋକଙ୍କୁ ମିଛ କଥା କହି ଭଣ୍ଡେଇ ଶୋଷଣ କରେ ତେବେ ତୁରନ୍ତ ପ୍ରଶାସନକୁ ଅବଗତ କରାଯିବ । ମେଳା ଆୟୋଜକ ଏଦିଗରେ କଡ଼ା ଦୃଷ୍ଟି ଦେବେ ବୋଲି ନିଷ୍ପତ୍ତି ହୋଇଛି ।

ବୈଠକରେ ଏକାମ୍ର (ଭୁବନେଶ୍ୱର) ବିଧାୟକ ବାବୁ ସିଂ ଉପସ୍ଥିତ ଥିଲେ । ପରିଷଦର ଅଧ୍ୟକ୍ଷ ବାବା ପଞ୍ଚଦେବ ଓ ଉପଦେଷ୍ଟା ପଦ୍ମନାଭ ଦାସ ମେଳା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରିଥିଲେ । ପୂର୍ବ ବର୍ଷମାନଙ୍କରେ ଯେଉଁଭଳି ଅବ୍ୟବସ୍ଥା ଓ ଅନ୍ଧବିଶ୍ୱାସ ସବୁ ଦେଖିବାକୁ ମିଳୁଥିଲା, ତାହା ଏଥରକ ନହେଉ ବୋଲି ବାବା ପଞ୍ଚଦେବ ବିଧାୟକଙ୍କୁ ଜଣାଇଥିଲେ ।

ଚଳିତବର୍ଷ ମେଳାରେ ବିଶ୍ୱକଲ୍ୟାଣ ମହାଯଜ୍ଞକୁ ଗୁରୁତ୍ୱ ଦିଆଯିବ । ସନାତନୀ ବୈଦିକ ପରମ୍ପରା ଅନୁସାରେ ଯଜ୍ଞ ଆୟୋଜନ ହେବ । ଶ୍ରଦ୍ଧାଳୁମାନେ ବ୍ୟବସ୍ଥିତ ଦର୍ଶନ କରିବେ, ସେଦିଗରେ ଆୟୋଜକ କାମ କରିବେ ବୋଲି ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.