Latest Odisha News

BREAKING NEWS

ନାଗ ଦମ୍ପତିଙ୍କ ଅଡୁଆ ବଢିଲା; ଜଗବନ୍ଧୁଙ୍କ ଦସ୍ତଖତ ସଂଗ୍ରହ ପାଇଁ ପହଞ୍ଚିଲା ଖଣ୍ଡଗିରି ପୋଲିସ

ଭୁବନେଶ୍ୱର: ବଢୁଛି  ନାଗ ଦମ୍ପତିଙ୍କ ଅଡୁଆ । ହୋଇପାରେ ସମ୍ପତ୍ତି ବାଜ୍ୟାପ୍ତି । ପ୍ରକ୍ରିୟା ଆରମ୍ଭ କରି ଦେଇଛି ଇଡି । ଜଣଜଣ କରି ସମସ୍ତଙ୍କୁ ଟାଣି କରୁଛି ଜେରା । ଅର୍ଚ୍ଚନା, ଖଗେଶ୍ୱରଙ୍କୁ ଘନ ଘନ ଜେରା ପରେ ଏବେ ପାଳି ପଡିଛି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କର ।  ପୁଣି  ଝାରପଡା ଜେଲରେ ପହଞ୍ଚିଛି ଖଣ୍ଡଗିରି ପୋଲିସ । ଜଗବନ୍ଧୁର ଦସ୍ତଖତ ଆଣିବା ପାଇଁ ଝାରପଡା ଜେଲରେ ପହଁଚିଛି ପୋଲିସ । ଦସ୍ତଖତ ସହ ଜଗବନ୍ଧୁର ହାତଲେଖା ମଧ୍ୟ ସଂଗ୍ରହ କରାଯିବ । ଏହାକୁ ଫୋରେନସିକ ଲ୍ୟାବକୁ ପଠାଯିବ  ।

ଅନ୍ୟପକ୍ଷେ ଇଡି ଅଫିସରେ ପହଁଚିଛନ୍ତି ଚାର୍ଟର୍ଡ ଆକାଉଣ୍ଟାଣ୍ଟ । ଉଭୟ ଅର୍ଚ୍ଚନା ଓ ଖଗେଶ୍ବରଙ୍କ ଆକାଉଣ୍ଟାଣ୍ଟ ଇଡି ଅଫିସରେ ହାଜର ହେବା ପରେ ଜେରା କରାଯାଇଛି । ଗତକାଲି ଅର୍ଚ୍ଚନାଙ୍କ ସମ୍ପତ୍ତିର ମାପଚୁପ କରିବା ପରେ ଆଜି ଆକାଉଣ୍ଟାଣ୍ଟଙ୍କୁ ଜେରା କରାଯାଇଛି ।

ଗତ ୪ ତାରିଖ ଦିନ ଝାଡପଡା ଜେଲ ଯାଇଥିଲା ଇଡି । ଜଣେ ମହିଳା ଅଧିକାରୀଙ୍କ ସହ ୪ ଜଣିଆ ଟିମ ପହଞ୍ଚିଛନ୍ତି ଝରପଡ଼ା ଜେଲରେ । ଜେଲରେ  ଅର୍ଚ୍ଚନାଙ୍କୁ ଜେରା କରିଥିଲା ଇଡି ।  ଏହା ପୂର୍ବରୁ  ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଇଡିରେ ହାଜର ହୋଇଥିଲେ । ଦୀର୍ଘ ୬ ଘଣ୍ଟା କାଳ ଇଡି ତାଙ୍କୁ ଜେରା କରିଥିଲା । ଅର୍ଚ୍ଚନା ତାଙ୍କ ଘରେ ଭଡାରେ ଥିଲେ । ସେ ସମ୍ପର୍କରେ ଇଡି ତାଙ୍କୁ ପ୍ରଶ୍ନ କରିଥିଲେ ବୋଲି ପ୍ରମୋଦ କହିଥିଲେ ।

Leave A Reply

Your email address will not be published.