Latest Odisha News

BREAKING NEWS

ଭାରତ ଯୋଡ଼ ଯାତ୍ରାର ପ୍ରଭାବ ! ଗୁଲାମଙ୍କ ହାତ ଛାଡ଼ି ପୁଣି କଂଗ୍ରେସକୁ ଫେରିଲେ ବହୁ ବରିଷ୍ଠ ନେତା

ଶ୍ରୀନଗର: ଦଳର କର୍ମୀଙ୍କୁ ଯୋଡ଼ୁଛି କି ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା? କାରଣ ଏହି ଯାତ୍ରା ଜାମ୍ମୁ-କାଶ୍ମୀର ପ୍ରବେଶ କରିବା ପୂର୍ବରୁ ଆଗୁଆ ବଳ ଗୋଟାଲାଣି କଂଗ୍ରେସ। ଏବେ ପୁଣି ଏକା ପଡ଼ିଯିବେ ଗୁଲାମ ନବୀ ଆଜାଦ। କାରଣ ଆଜି ଏକାଧିକ କଂଗ୍ରେସ କର୍ମୀ ଗୁଲାମ ନବୀ ଆଜାଦଙ୍କୁ ଏକା କରି ଦେଇ ପୁଣିଥରେ କଂଗ୍ରେସରେ ଯୋଗ ଦେଇଛନ୍ତି।

ଗୁଲାମ ନବୀ ଆଜାଦ ଦଳରୁ ଇସ୍ତଫା ଦେବା ପରେ ଏହି ନେତାମାନେ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ହେଲେ ଏବେ ପୁଣି ଏମାନେ ଦଳକୁ ଫେରିଛନ୍ତି। ଶୁକ୍ରବାର ଜାମ୍ମୁ-କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦଙ୍କ ସମେତ ବହୁ ବରିଷ୍ଠ ନେତା ପୁଣିଥରେ କଂଗ୍ରେସରେ ଯୋଗ ଦେଇଛନ୍ତି।

ଚାନ୍ଦଙ୍କ ବ୍ୟତୀତ ଅନ୍ୟ ବରିଷ୍ଠ ନେତା ଯଥା ପୀରଜାଦା ମହମ୍ମଦ ଶୟୀଦ, ମୁଜାଫର ପାର୍ରେ ଏବଂ ବଲୱାନ ସିଂହ ଭଳି ଟାଣୁଆ ନେତା ପୁଣିଥରେ କଂଗ୍ରେସକୁ ଫେରିବା ଦଳକୁ ପୁଣି ମଜଭୁତ କରିଛି। ଏହି ନେତାଙ୍କୁ ଗୁଲାମ ନବୀ ଆଜାଦଙ୍କର ଅଥି ଘନିଷ୍ଠ ବୋଲି କୁହାଯାଉଥିଲା। ଏମାନେ କଂଗ୍ରେସ ଛାଡ଼ି ଆଜାଦଙ୍କ ଦଳ ଡେମୋକ୍ରାଟିକ୍ ଆଜାଦ ପାର୍ଟି(ଡିଏପି)ରେ ଯୋଗ ଦେଇଥିଲେ। ହେଲେ ଦଳ ବିରୋଧୀ କାମ ପାଇଁ ଏମାନଙ୍କୁ ମଧ୍ୟରୁ କିଛି ନେତାଙ୍କୁ ଗୁଲାମ ନବୀ ଦଳର ବହିସ୍କାର କରିଦେଇଥିଲେ।

ଦଳର ଏହି ମିଶ୍ରଣ ପର୍ବରରେ ଜାମ୍ମୁ-କାଶ୍ମୀର ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ,ରାଜ୍ୟ ପ୍ରଭାରୀ ରଜନୀ ପାଟିଲ ଉପସ୍ଥିତ ଥିଲେ। ଆଜିର ଦିନ କଂଗ୍ରେସ ପାଇଁ ଏକ ବଡ଼ ଦିନ ବୋଲି ଏଆଇସିସି ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା କେସି ବେଣୁଗୋପାଲ କହିଛନ୍ତି।

କଂଗ୍ରେରେ ଯୋଗଦେଇଥିବା ଅନ୍ୟନେତାମାନେ ହେଲେ- ମୁଜାଫର ପାର୍ରେ, ମୋହିନ୍ଦର ଭରଦ୍ୱାଜ, ଭୁଷଣ ଡୋଗ୍ରା, ବିନୋଦ ଶର୍ମା, ନରିନ୍ଦର ଶର୍ମା, ନରେଶ ଶର୍ମା,ଅମ୍ବ୍ରିଶ ମଗୋତ୍ରା, ସୁବାଶ ଭଗାତ, ବଦ୍ରି ନାଥ ଶର୍ମା, ବରୁଣ ମଗୋତ୍ରା, ଅନୁରାଧା ଶର୍ମା, ବିଜୟ ଟାରଗୋତ୍ରା ଏଭଂ ଚାନ୍ଦେର ପ୍ରଭା ଶର୍ମା।

 

Leave A Reply

Your email address will not be published.