Latest Odisha News

ଭୁଶୁଡିଲା ସୁଉଚ୍ଚ ତୋରଣ: ଚାପି ହୋଇଗଲା ବାଇକ୍, କାର୍

କଟକ: ଭୁଶୁଡିଲା ଦୁର୍ଗା ପୂଜା ବେଳେ ହୋଇଥିବା ସୁଉଚ୍ଚ ତୋରଣ । କଟକ ଖାନନଗର ଦୁର୍ଗା ପୂଜା କମିଟି ପକ୍ଷରୁ ନେତାଜୀ ବସ୍ ଟର୍ମିନାଲ ନିକଟରେ ନିର୍ମାଣ ହୋଇଥିବା ତୋରଣ ଭୁଶୁଡି ପଡିଛି । ଫଳରେ ଗୋଟିଏ କାର୍ ଓ ତିନୋଟି ବାଇକ୍ ଚାପି ହୋଇଥିବା ସୂଚନା ମିଳିଛି ।

ତେବେ ଚଳିତ ବର୍ଷ ଖାନନଗର ଦୁର୍ଗାପୂଜା କମିଟି ପକ୍ଷରୁ ଏକ ୩୦ ଫୁଟ ଉଚ୍ଚର ଇଲେକଟ୍ରିକ୍ ତୋରଣ ନେତାଜୀ ବସ୍ ଟର୍ମିନାଲ ପାଖ ରାସ୍ତାରେ ପ୍ରସ୍ତୁତ କରାଯାଇଥିଲା । ତେବେ ପୂଜା ସରିବା ପରେ ଏହା ଖୋଲା ଯାଇନଥିଲା । ଆଜି କୌଣସି କାରଣ ବଶତଃ ଏହା ଭୁଶୁଡି ପଡିଛି । ତେବେ କେଉଁ କାରଣରୁ ଏଭଳି ଘଟିଲା ତାହାର କୌଣସି ସୂଚନା ମିଳିନାହିଁ । ଏକ ଭାରି ଯାନ ଏହାକୁ ଧକ୍କା ଦେବାରୁ ଏଭଳି ଘଟିଲା ବୋଲି ସଫେଇ ଦେଇଛନ୍ତି ପୂଜା କମିଟି ସଦସ୍ୟ ।

ସେପଟେ ତୋରଣ ଭୁଶୁଡି ଯିବା ପରେ ଭାଗ୍ୟବଶତଃ କେହି ମୃତାହତ ହୋଇନଥିବା ବେଳେ କିଛି ଯାନ ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ପାକାପାଖି ୩ଟି ବାଇକ୍, ଗୋଟିଏ କାର୍ ଓ ଗୋଟିଏ ଅଟୋ ଏତିରେ କ୍ଷତିଗ୍ରସ୍ତ ହୋଇଛି । ତୋରଣ ପଡି ଖାନନଗରରୁ ବାଦାମବାଡି ଯିବାକୁ ରାସ୍ତା ସଂପୂର୍ଣ୍ଣ ରୋକ ହୋଇଥିବା ବେଳେ ଘଟଣାସ୍ଥଳରେ ପୂଜା କମିଟି ଲୋକ ପହଞ୍ଚି ରାସ୍ତା ସଫା କରିବାରେ ଲାଗିଛନ୍ତି ।

Leave A Reply

Your email address will not be published.