Latest Odisha News

କିଏ ହେବେ ‘ଖତ୍ରୋ କେ ଖିଲାଡ଼ି ସିଜନ-୧୨’ର ବିଜେତା ?

ନୂଆଦିଲ୍ଲୀ: ପ୍ରସିଦ୍ଧ ଫିଲ୍ମ ନିର୍ମାତା ରୋହିତ ଶେଟ୍ଟିଙ୍କ ପପୁଲାର ଷ୍ଟଣ୍ଟ୍ ରିଆଲିଟି ଶୋ’ ଖତ୍ରୋ କେ ଖିଲାଡ଼ି ସିଜନ-୧୨ ସରିବାକୁ ଯାଉଛି। ଫାଇନାଲ ଏପିସୋଡ ପରେ ହେବ ଗ୍ରାଣ୍ଡ ଫିନାଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଟିଭିର ଏହି ଲୋକପ୍ରିୟ ରିଆଲିଟି ଶୋ’ରେ ଅନେକ ଛୋଟ ପରଦା ଅଭିନେତା, ଅଭିନେତ୍ରୀ ଅଂଶଗ୍ରହଣ କରିଛନ୍ତି। ଅନେକ ଷ୍ଟାର ମଧ୍ୟ ସେମାନଙ୍କର ଚମତ୍କାର ଷ୍ଟଣ୍ଟ୍ ଯୋଗୁଁ ବେଶ୍ ଚର୍ଚ୍ଚାରେ ଅଛନ୍ତି। ତେବେ ରବିବାର ଖାତ୍ରୋ କେ ଖିଲାଡି-୧୨ର ଗ୍ରାଣ୍ଡ୍ ଫାଇନାଲ୍ ହେବାକୁ ଯାଉଛି। ଯେଉଁଥିରେ ସିଜନ-୧୨ର ବିଜେତା ଘୋଷଣା କରାଯିବ। ବିଜେତା ଘୋଷଣା ପୂର୍ବରୁ ରୋହିତ ଶେଟ୍ଟୀଙ୍କ ଆଗାମୀ ଚଳଚ୍ଚିତ୍ର ‘ସର୍କସ’ର ଷ୍ଟାରକାଷ୍ଟ ଖାତ୍ରୋ କେ ଖିଲାଡି-୧୨ ର ସେଟରେ ଦେଖିବାକୁ ମିଳିବ।

ସର୍କସ୍ ଫିଲ୍ମର ଅଭିନେତା ରଣବୀର ସିଂ, ଜୋନି ଲିଭର, ସଞ୍ଜୟ ମିଶ୍ରା ଏବଂ ସିଦ୍ଧାର୍ଥ ଯାଦବ ଖତ୍ରୋ କେ ଖିଲାଡି-୧୨ ର ଫାଇନାଲ୍ ଏପିସୋଡରେ ନଜର ଆସିବେ। ଶୋ’ର ବିଜେତା ବିଷୟରେ ଖବର ରହିଛି ଯେ, ଫାଇନାଲ୍ ରାଉଣ୍ଡ ତୁଷାର କାଳିଆ ଏବଂ ଫୈସଲ ଶେଖ ମୁହାଁମୁହିଁ ହେବେ। ଶୋ’ ର ଶୀର୍ଷ ଫାଇନାଲିଷ୍ଟମାନେ ଜନ୍ନତ ଜୁବୈର, ମୋହିତ ମଲିକ, କନିକା ମନ ଏବଂ ରୁବିନା ଦିଲାଇକ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।

ସୂଚନା ଅନୁଯାୟୀ, ତୁଷାର କାଳିଆ ଖାତ୍ରୋ କେ ଖିଲାଡି-୧୨ର ବିଜେତା ହେବେ ବୋଲି ସମସ୍ତେ ଅନୁମାନ କରୁଛନ୍ତି। ଯଦିଓ ବିଜେତା ଘୋଷଣା ଫାଇନାଲ ଏପିସୋଡରେ କରାଯିବ। ତେବେ ଶୋ’ର ବିଜେତା ବିଷୟରେ ଅଫିସିଆଲ୍ ଘୋଷଣା କରାଯାଇନାହିଁ। ଏହି ଶୋ’ ର ବିଜେତାଙ୍କୁ କେତେ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ସେ ନେଇ ମଧ୍ୟ ବେଶ ଚର୍ଚ୍ଚା ଚାଲିଛି। ସୂତ୍ର ଅନୁଯାୟୀ, ରୋହିତ ଶେଟ୍ଟୀଙ୍କ ଏହି ଶୋ’ରେ ବିଜେତାଙ୍କୁ ନଗଦ ଆକାରରେ ୨୦ ରୁ ୩୦ ଲକ୍ଷ ଟଙ୍କା ଦେଇ ପାରନ୍ତି। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଖୁଲାସା ହୋଇ ନାହିଁ।

Comments are closed.