Latest Odisha News

‘ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା’ ଆଜିଠୁ ଆରମ୍ଭ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସ ଫେବୃଆରୀ ୨୨ ଅର୍ଥାତ୍ ଶନିବାର ଦିନ ଠାରୁ ଓଡିଶାରେ ଆରମ୍ଭ ହେଉଛି । ଏହା ଆଜି ଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ପ୍ରଥମଥର ପାଇଁ ଏହା ଟ୍ୱିନ୍ ସିଟିରେ ଆୟୋଜିତ ହେଉଥିବାରୁ ଏକପ୍ରକାର ନେଇ ଚଳଚ ଳ ହୋଇପଡିଛି ସହର ।

ଅଧିକ ପଢନ୍ତୁ: ଆସନ୍ତାକାଲିଠୁ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି କିଟ୍

ଦେଶର ୧୫୦ ବିଶ୍ୱବିଦ୍ୟାଳୟରୁ ପ୍ରାୟ ସାଢ଼େ ୩ ହଜାର କ୍ରୀଡାବିତ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏଥିରେ ମୋଟ ୧୭ଟି କ୍ରୀଡା ଶ୍ରେଣୀ ରହିଛି ।

ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସକୁ ଉଦଘାଟନ କରିବାକୁ ଥିବାବେଳେ ଓଡିଶାରୁ ୫ଟି ବିଶ୍ୱବିଦ୍ୟାଳୟରୁ ମୋଟ୍ ୧୪୮ ଜଣ ଖେଳାଳି ଭାଗ ନେବେ ବୋଲି ସୂଚନା ମିଳିଛି ।

ଅଧିକ ପଢନ୍ତୁ: ଓଡ଼ିଶାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ତୀରନ୍ଦାଜୀ, ଦୌଡକୁଦ, ମୁଷ୍ଠିଯୁଦ୍ଧ, ଅଶୀଚାଳନା, ଜୁଡୋ, ସନ୍ତରଣ, ଭାରତୋଳନ, କୁସ୍ତି, ବାଡମିଂଟନ, ବାସ୍କେଟ ବଲ, ଫୁଟବଲ, ହକି, ଟେବୁଲ ଟେନିସ, ଟେନିସ, ଭଲିବଲ, ରଗବୀ ଏବଂ କବାଡ଼ି ଭଳି ମ୍ୟାଚ ରହିଛି ଏହି ଗେମ୍ସରେ ।

ତେବେ ଆଥଲେଟିକ ଓ ସୁଇମିଂ ଇଭେ ‘କଳିଙ୍ଗ ଷ୍ଟାଡିୟମ’ରେ ଅନୁଷ୍ଠିତ ହେବାକୁ ଥିବାବେଳେ ରେସଲିଙ୍ଗ ଓ ଫେନସିଙ୍ଗ ‘ସହିଦନଗର ଇନ୍ଦୋର ହଲ’ରେ ଅନୁଷ୍ଠିତ ହେବ । ସେହିପରି ବ୍ୟାଡମି ନ ଓ ଟେବୁଲ ଟେନିସ୍ ‘ଜବାହାର ନେହେରୁ ଇନ୍ଦୋର’ ଷ୍ଟାଡିୟମ ଖେଳାଯିବ । ଏହାସହ ଫୁଟବଲ ସାଇ ଇ ରନେସନାଲ ସ୍କୁଲରେ ଖେଳାଯିବାକୁ ଥିବାବେଳେ ଅନ୍ୟ ସମସ୍ତ ଖେଳ କିଟ୍ ୟୁନିଭର୍ସିଟିରେ ଖେଳାଯିବା ନେଇ ସୂଚନା ମିଳିଛି ।

Comments are closed.