Latest Odisha News

BREAKING NEWS

ନୟାଗଡରୁ ଉଦ୍ଧାର ହେଲା ବିରଳ ଶାଗୁଣା

ନୟାଗଡ: ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୁଣ୍ଡୁରିଆ ଗ୍ରାମରେ ବନ ବିଭାଗ ପକ୍ଷରୁ ଏକ ବିରଳ ଶାଗୁରା ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ, ଗତ ଶୁକ୍ରବାର ଦିନ କୁକ୍କୁଟ ପ୍ରଜନନ କେନ୍ଦ୍ରରେ ଗ୍ରାମବାସୀମାନେ ଏକ ବିରଳ ଶାଗୁଣାକୁ ଠାବ କରିଥିଲେ । ପରେ ସେ ରୋଗଗ୍ରସ୍ତ ହୋଇଥିବା ଜଣାପଡିଛି ।

ଖବର ପାଇ ଫରେଷ୍ଟର କୈବଲ୍ୟ ବେହେରା ଓ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଅଜୟ କୁମାର ଦାସ ଗ୍ରାମରେ ପହଞ୍ଚିବା ସହ ଶାଗୁଣାକୁ ଉଦ୍ଧାର କରିଛନ୍ତି ।

ଏହାବ୍ୟତିତ ରୋଗଗ୍ରସ୍ତ ଶାଗୁଣାର ଚିକିତ୍ସା ଲାଗି ବ୍ୟବସ୍ଥା କରାଯାଇଥିବା ନେଇ ବନ ବିଭାଗ ଅଧିକାରୀମାନେ ସୂଚନା ଦେଇଛନ୍ତି ।

ବିଗତ ୩ ବର୍ଷଧରି ଏହି ଗ୍ରାମରେ କୌଣସି ଶାଗୁଣା ଦେଖିବାକୁ ମିଳିନଥିବା ବେଳେ ବିରଳ ଶାଗୁଣାକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି ।

Leave A Reply

Your email address will not be published.