Latest Odisha News

ବଡ ପରଦାରେ ବର୍ଷାଙ୍କ କୁଇନ୍‌

କଟକ: ବିଦିଶା କ୍ରାଫ୍ଟ ବ୍ୟାନରରେ ନିର୍ମିତ କୁଇନ୍ ବୁଧବାର ଦିନ ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି । ଫିଲ୍ମ ଦେଖିବା ଲାଗି ସିନେପ୍ରେମୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ମଧ୍ୟ ଦେଖାଦେଇଛି।

ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଚୁଲବୁଲି ବର୍ଷା ପ୍ରିୟଦର୍ଶିନୀ ରହିଥିବା ବେଳେ ତାଙ୍କ ଅପୋଜିଟରେ ସ୍କ୍ରିନ ଶେୟାର କରିଛନ୍ତି ଅଭିନେତା ଜୟଜିତ ଦାସ ।

ହରିହର ମହାପାତ୍ର, ଉଷଶୀ ମିଶ୍ର, ପୁପି ସନ୍ତୁକ, ଲିପ୍ସା ମିଶ୍ର ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି ।

କୁଇନ ଫିଲ୍ମରେ ବର୍ଷା କାହାଣୀ ରଚନା ଓ କ୍ରିଏଟିଭ୍ ହେଡ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି ।

ଏହାର ପ୍ରଯୋଜନା ଦାୟିତ୍ୱ ବିଜୟ କାନ୍ଦୋଲ ସମ୍ଭାଳିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ସଂଳାପ ବିଜୟ ମଲ୍ଲ ଲେଖିଥିବା ବେଳେ ସଙ୍ଗୀତ ଭାର ସମ୍ଭାଳିଛନ୍ତି ମଳୟ ମିଶ୍ର ।

Leave A Reply

Your email address will not be published.