Latest Odisha News

BREAKING NEWS

ଥମୁନି କରୋନା: ଖୋର୍ଦ୍ଧାରେ ବସ୍ତି ବାସିନ୍ଦାଙ୍କୁ ସଚେତନ କରୁଛନ୍ତି ପ୍ରଶାସନ

ଭୁବନେଶ୍ୱର: ଖୋର୍ଦ୍ଧାରେ ବସ୍ତିବାସିନ୍ଦାଙ୍କୁ କରୋନାଭାଇରସର ଗୋଷ୍ଠୀ ସଂକ୍ରମଣରୁ ଦୂରେଇବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ।

ଖୋର୍ଦ୍ଧା ପୋୖରାଞ୍ଚଳର ବିଭିନ୍ନ ୱାର୍ଡରେ ଥିବା ଅନେକ ବସ୍ତି କମିଟି ପ୍ରତିନିଧିଙ୍କୁ ନେଇ ଏକ ସଚେତନତା ବୈଠକ ବିଡିଏ କଲୋନୀ କଲ୍ୟାଣ ମଣ୍ଡପରେ ଆୟୋଜିତ କରାଯାଇଥିଲା।

ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ ହିମାଂଶୁ କୁମାର ରାଉତ ଯୋଗଦେଇ କରୋନାଭାଇରସ କବଳରୁ ନିଜକୁ ଦୁରେଇ ରଖିବାକୁ ପରାମର୍ଶ ଦେଇଛନ୍ତି।

ବସ୍ତି ପରିସରରେ କୌଣସି ବ୍ୟକ୍ତି ଥଣ୍ଡା, କାଶ, ଜ୍ୱର, ପରି କୋଭିଡ-୧୯ର ପ୍ରାଥମିକ ଲକ୍ଷଣ ଦେଖାଦେଲେ ସେମାନଙ୍କ ସମ୍ପର୍କରେ ସୂଚନା ଦେବାପାଇଁ ପୋୖର ଅଧିକାରୀ ଶ୍ଵେତପଦ୍ମ ଶତପଥୀ ବୈଠକରେ ଅନୁରୋଧ କରିଥିଲେ।

ଯୋଗ ଦେଇଥିବା ବସ୍ତି ବାସିନ୍ଦା ଜିଲ୍ଳାପାଳଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଜିଲ୍ଲାପାଳ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହିତ ନିଜ ସୁରକ୍ଷା ପାଇଁ ନିଜେ ସଚେତନ ହେବାକୁ ପରାମର୍ଶ ମଧ୍ୟ ଦେଇଥିଲେ।

Comments are closed.