Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧.୩୧ କୋଟି ଟଙ୍କା ଦାନ କଲେ ଖୋର୍ଦ୍ଧା ଜିଲ୍ଲାବାସୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାବାସୀଙ୍କ ତରଫରୁ ୨ୟ ପର୍ଯ୍ୟାୟରେ କୋଭିଡ଼୍-୧୯ ଲଢ଼େଇରେ ଆର୍ଥିକ ସହଯୋଗ ରାଶି ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ୩୧ ଲକ୍ଷ ୮୨ ହଜାର ୪୪୫ ଟଙ୍କା ପ୍ରଦାନ କରାଯାଇଛି ।

ଖୋର୍ଦ୍ଧାର ଜିଲ୍ଲାପାଳ ସିତାଂଶୁ ରାଉତ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ କୁମାର ସ୍ୱାଇଁ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ ଏହି ରାଶିର ଡ୍ରାଫ୍ଟ୍ ପ୍ରଦାନ କରିଥିଲେ।

ଡ୍ରାଫ୍ଟ୍ ଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଖୋର୍ଦ୍ଧା ଜିଲ୍ଲାର ଶିକ୍ଷକ, ଅଧିକାରୀ, କର୍ମଚାରୀ ଓ ଜିଲ୍ଲାବାସୀଙ୍କୁ ଏତାଦୃଶ ଅବଦାନ ପାଇଁ ସାଧୁବାଦ ଜଣାଇବା ସହ ନିଜ ନିଜ ସ୍ତରରେ ‘ସାମାଜିକ ଦୂରତା’ ଓ ସ୍ୱଚ୍ଛତା ନିୟମ ଅନୁପାଳନ ସଚେତନତା ଜାରି ରଖିବାକୁ ଅନୁରୋଧ କରିଥିଲେ ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରାଉତ କହିଥିଲେ ଯେ ଖୋର୍ଦ୍ଧା ଶିକ୍ଷାଜିଲ୍ଲାର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ, ଶିକ୍ଷା ଅଧିକାରୀ ଏବଂ କର୍ମଚାରୀମାନେ ନିଜର ୧ ଦିନର ଦରମାରୁ ପ୍ରାୟ ୧.୭ କୋଟି ଟଙ୍କା ଦାନ କରିଛନ୍ତି ।

ଅବଶିଷ୍ଟ ରାଶି ଜିଲ୍ଲାର ସ୍ୱେଚ୍ଚାସେବୀ ଅନୁଷ୍ଠାନ, ସ୍ୱୟଂ ସହାୟକଗୋଷ୍ଠୀ ବ୍ୟବସାୟିକ ସଂସ୍ଥା ଏବଂ ବ୍ୟକ୍ତି ବିଶେଷମାନେ ଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମେ ମାସ ୮ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲାବାସୀ ୧ମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରିଥିଲେ ।

Comments are closed.