Latest Odisha News

BREAKING NEWS

ସୋସିଆଲ ମିଡିଆରେ ଫଟୋ ଭାଇରାଲ: ଏତଲା ଦେଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: ଥାନାକୁ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସୋସିଆଲ ମିଡିଆରେ ଫଟୋ ଭାଇରାଲ ପ୍ରସଙ୍ଗରେ ସେ ମଂଚେଶ୍ୱର ଥାନାରେ ଏତଲା ଦେଇଛନ୍ତି । ତାଙ୍କ ନାମରେ ଅତିରଂଜିତ କରି ଉଦ୍ଦେଶ୍ୟମୂଳକ ଭାବରେ ଖବର ତିଆରି କରିବା ପ୍ରସଙ୍ଗରେ ସଂପୃକ୍ତ ୱେବ୍ ପୋର୍ଟାଲ ବିରୋଧରେ ଏତଲା କରିଛନ୍ତି ।

BjdElectrycity

ନିଜ ଏତଲାରେ ପ୍ରକୃତି ଦର୍ଶାଇଛନ୍ତି ଯେ, ମୋତେ ଓ ମୋ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ଏହା ଯୋଗୁଁ ମୁଁ ମାନସିକ ଭାରସାମ୍ୟ ହରାଇଛି । ଏହାସହ ମୋ ପ୍ରତିଷ୍ଠାରେ ଆଞ୍ଚ ଆସିଛି। ସେ ଇନଷ୍ଟାଗ୍ରାମରେ ପଠାଇଥିବା ଫଟୋକୁ ନେଇ ଅଶାଳୀନ କମେଣ୍ଟ ଆସିଥିଲା। ଏହାକୁ ନେଇ ପ୍ରକୃତି କ୍ଷୋଭ ପ୍ରକାଶ କରିଛନ୍ତି । ଏହା ତାଙ୍କର ସମ୍ମାନହାନୀ କରିଛି ବୋଲି ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.