ଖୋର୍ଦ୍ଧା: କରୋନା ଖୋର୍ଦ୍ଧା ଜିଲ୍ଲାରେ ନିୟନ୍ତ୍ରଣକୁ କେବେ ଆସିବ ? ବେକାବୁ ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସବୁ ରେକର୍ଡକୁ ପାର କରି ଯାଇଛି । ଚିହ୍ନଟ ହୋଇଛନ୍ତି ସର୍ବାଧିକ ୯୦୨ ଆକ୍ରାନ୍ତ । ଯାହାକି ଦିନକରେ ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ।
ଗଞ୍ଜାମକୁ ପଛରେ ଛାଡିଲା ଖୋର୍ଦ୍ଧା
ଗୋଟିଏ ଦିନର ସଂକ୍ରମଣରେ ଗଞ୍ଜାମକୁ ବି ଟପିଗଲା । ଗଞ୍ଜାମ ଜିଲ୍ଲାରେ ଦିନକରେ ସର୍ବାଧିକ ୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ ଖୋର୍ଦ୍ଧାରେ ଏହି ସଂଖ୍ୟା ଥିଲା ୮୭୮ । ଆଜି ସବୁ ରେକର୍ଡକୁ ପାର କରିଛି ଜିଲ୍ଲାରେ ସଂକ୍ରମଣ ।
ସଂକ୍ରମଣ ଓ ଆକ୍ଟିଭ କେସରେ ଏକ ନମ୍ବର
ରାଜ୍ୟରେ କରୋନା ସଂକ୍ରମିତ ଜିଲ୍ଲାର ଏକ ନମ୍ୱର ସ୍ଥାନରେ ରହିଛି ଖୋର୍ଦ୍ଧା । ଜିଲ୍ଲାରେ ସଂକ୍ରମଣ ସହ ଅଧିକ ରହିଛି ଆକ୍ଟିଭ୍ କେସ । ମୋଟ୍ ୩୫ ହଜାର ୮୦ ପଜିଟିଭ୍ କେସ୍ ରହିଛି । ଚିକିତ୍ସାଧୀନ ଅଛନ୍ତି ୬ ହଜାର ୬୮୭ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରେ କରୋନା ନେଇଛି ୧୨୩ ଜୀବନ ।
BREAKING NEWS
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
Comments are closed.