Latest Odisha News

BREAKING NEWS

ଆଗକୁ କରନ ଜୋହରଙ୍କ ପାଳି କି! ଟ୍ୱିଟ୍ କରି କହିଲେ ଏମିତି

ମୁମ୍ବାଇ: ଡ୍ରଗ୍ସ ଜାଲରେ ଫସିଛି ପୁରା ବଲିଉଡ । ଏନ୍‌ସିବି ସ୍କାନରରେ ବଲିଉଡର ନାମୀଦାମି କଳାକାର । ଦୀପିକା, ଶ୍ରଦ୍ଧା ଓ ସାରାଙ୍କ ପରେ ଏବେ ଫିଲ୍ମ ନିର୍ମାତା ତଥା ଧର୍ମା ପ୍ରଡକ୍ସନ ମୁଖ୍ୟ କରନ୍ ଜୋହରଙ୍କ ପାଳି ପଡିପାରେ । ଏନ୍‌ସିବି ତାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ସମନ୍ ମଧ୍ୟ କରିପାରେ। ଶୁକ୍ରବାର କରନ୍‌ଙ୍କ ଦୁଇ ସହଯୋଗୀ କ୍ଷିତିଜ ରବି ପ୍ରସାଦ ଓ ଅନୁଭା ଚୋପ୍ରାଙ୍କୁ ଏନ୍‌ସିବି ପଚରାଉଚରା କରିଛି । ଏଥିସହ ଏ ଦୁଇ ଜଣଙ୍କୁ ଏନ୍‌ସିବି ଅଟକ ମଧ୍ୟ ରଖିଛି ।

ଏବେ ଏହି ମାମଲାରେ କରନ୍‌ଙ୍କୁ ଏନ୍‌ସିବି ସମନ୍ କରିପାରେ ବୋଲି ଶୁଣିବାକୁ ମିଳୁଛି । ସେପଟେ ଡ୍ରଗ୍ସ ମାମଲାରେ ବିବାଦୀୟ ହେବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି କରନ୍ ଜୋହର । ସେ କହିଛନ୍ତି, ମୋ ଘରେ ଡ୍ରଗ୍ସ ପାର୍ଟି ହୋଇନଥିଲା । ମୋ ବିରୋଧରେ ଆସିଥିବା ସବୁ ଅଭିଯୋଗ ମିଛ । ଧର୍ମା ପ୍ରଡକ୍ସନ ସହିତ କ୍ଷିତିଜ ରବି ପ୍ରସାଦ ଓ ଅନୁଭା ଚୋପ୍ରାଙ୍କ କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି । ତାଙ୍କ ନାଁକୁ ବଦନାମ୍ କରାଯାଉଛି । ମିଡିଆ ଭୁଲ୍ ତଥ୍ୟ ରଖୁଛି । ସେ ଡ୍ରଗ୍ସ ନିଅନ୍ତିନି କି ସେଭଳି ଜିନିଷକୁ ପ୍ରୋତ୍ସାହିତ କରନ୍ତି ନାହିଁ ବୋଲି କରନ୍ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ୨୦୧୯ରେ ଏକ ଭିଡିଓ ସୋସିଆଲ ମିଡିଆରେ ଛାଡିଥିଲେ କରନ୍ । ଯେଉଁଥିରେ ଦୀପିକା ପାଦୁକୋନ, ଭିକି କୌଶାଲ, ବରୁନ୍ ଧୱନ୍‌, ରଣବୀର କପୁର, ଜୋୟା ଅଖତର, ମଲାଇକା ଅରୋରା ଖାନ୍‌, ଅର୍ଜୁନ କପୁର, ସାହିଦ କପୁର, ମୀରା ରାଜପୁତଙ୍କ ସମେତ ଅନେକ ନାମିଦାମୀ କଳାକାର ଥିଲେ । ଏହି ଭିଡିଓରେ ଅଭିନେତାମାନେ ଡ୍ରଗ୍ସ ନେବା ସହ ପୁରାପୁରି ନିଶାଶକ୍ତ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.