Latest Odisha News

BREAKING NEWS

ନେତାଙ୍କୁ କରୋନା: ବିଧାନସଭା ଅଧିବେଶନ ପୂର୍ବରୁ ହେବ କି ବିଧାୟକଙ୍କ କୋଭିଡ୍ ଟେଷ୍ଟ ?

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ମାଡ଼ି ମାଡ଼ି ଚାଲିଛି । ଲକ୍ଷେ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ନେତା, ମନ୍ତ୍ରୀ ବି ସଂକ୍ରମିତ ହେଲେଣି । ଆଗକୁ ବିଧାନସଭାର ମୌସୁମୀ ଅଧିବେଶନ ବସୁଛି । ବିଧାୟକ ସଂକ୍ରମିତ ହେଉଥିବା ବେଳେ କିଭଳି ସତର୍କତାମୂଳକ ପଦକ୍ଷେପ ସହ ଅଧିବେଶନ ଚାଲିବ ତାକୁ ନେଇ ଏବେ ଚର୍ଚ୍ଚା ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ରୁ ଅଧିକ ବିଧାୟକ କରୋନା ସଂକ୍ରମିତ ହେଲେଣି । ଦୁଇ ଜଣ ମନ୍ତ୍ରୀ ବି ପଜିଟିଭ୍ ବାହାରିଛନ୍ତି । ପୂର୍ବରୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ଦୁଇ ଦିନ ତଳେ ସଂକ୍ରମିତ ହୋଇଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

ଗତ ତିନି ଦିନ ଭିତରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ବ୍ୟୋମକେଶ ରାୟ, ସୁଶାନ୍ତ ରାଉତ, ବିକ୍ରମ ପଣ୍ଡା, ବିଧାୟିକା ସୁନନ୍ଦା ଦାସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ବି କିଛି ବିଧାୟକ ସଂକ୍ରମିତ ହୋଇଥିଲେ । ସେମାନେ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ କରୋନା କେସ୍ ବଢୁଥିବା ବେଳେ ଆସନ୍ତା ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ବସିବ । ଏହାରି ଭିତରେ ବିଭିନ୍ନ ଜିଲ୍ଲାରେ ବନ୍ୟା ଆସିଛି । ଏବେ ବିପନ୍ନଙ୍କ ପାଖକୁ ଯାଉଛନ୍ତି ବିଧାୟକ ଓ ମନ୍ତ୍ରୀ । ସଂକ୍ରମିତ ହେବା ଆଶଙ୍କା ବଢିଛି । ଏଭଳି ସ୍ଥିତିରେ ଅଧିବେଶନ ତାପୂର୍ବରୁ ମନ୍ତ୍ରୀ, ବିଧାୟକ ଓ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ ହେବ କି ?

ସେପଟେ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ମନ୍ତ୍ରୀ, ସାଂସଦ ଓ ଅଫିସିଆଲମାନଙ୍କର କୋଭିଡ୍ ଟେଷ୍ଚ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି । ୭୨ ଘଣ୍ଟା ପୂର୍ବରୁ ସମସ୍ତଙ୍କର ନମୁନା ପରୀକ୍ଷା କରାଯିବ ।

ସେହିପରି ମହାମାରୀକୁ ଦୃଷ୍ଟିରେ ରଖି ଏଥର ସଂସଦ ଅଧିବେଶନରେ ପ୍ରଶ୍ନକାଳକୁ ହଟାଇ ଦେଇଛନ୍ତି ସରକାର । ରାଜ୍ୟରେ ବି ପ୍ରଶ୍ନକାଳକୁ ସରକାର ବାଦ ଦେବେକି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave A Reply

Your email address will not be published.