Latest Odisha News

BREAKING NEWS

୮ଟି ସହରରେ ପ୍ରଦର୍ଶିତ ହେବ ଓଡ଼ିଆ ସିନେମା ‘କ୍ଷଣିକା’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ‘କ୍ଷଣିକା – ଦ ଲଷ୍ଟ ଆଇଡ଼ିଆ’ ଫେଡ଼େରେସନ ଅଫ ଫିଲ୍ମ ସୋସାଇଟିସ ଅଫ ଇଣ୍ଡିଆ (ଏଫଏଫଏସଆଇ) ପକ୍ଷରୁ ୮ଟି ସହରରେ ପ୍ରଦର୍ଶିତ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ର ଉତ୍ସବ କୋଲକାତାର ନନ୍ଦନରେ ସେପ୍ଟେମ୍ବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବାକୁ ଯାଉଛି ।

ପୂର୍ବରୁ ଏହି ଓଡ଼ିଆ ସିନେମା ‘କ୍ଷଣିକା’ ୧୨ ଟି ଦେଶରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇସାରିଛି ।

ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଓଡ଼ିଆ ସିନେମାଟି ମଧ୍ୟ ଗତବର୍ଷ ସମ୍ମାନଜନକ ଭାରତୀୟ ପାନୋରାମା ଦ୍ୱାରା ମନୋନୀତ ହୋଇ ଗୋଆରେ ଅନୁଷ୍ଠିତ ୪୮ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା ।

ଏହି ଚଳଚ୍ଚିତ୍ରଟି ଋଷିଆ, ହଙ୍ଗେରୀ ଓ କାନାଡ଼ାରେ ପ୍ରଦର୍ଶିତ ହୋଇ ବହୁ ପ୍ରଶଂସିତ ମଧ୍ୟ ହୋଇଥିଲା ।

ଏହି ଚଳଚ୍ଚିତ୍ରଟିରେ ଜଣେ କବି ଓ ଚିତ୍ରଶିଳ୍ପୀଙ୍କ କାହାଣୀକୁ ନେଇ ନିର୍ମିତ ହୋଇଛି । ସେମାନଙ୍କର କଳ୍ପନାର ପୃଥୀବୀରେ ଜଣେ ସୁନ୍ଦରୀ ଯୁବତୀଙ୍କର ଆବିର୍ଭାବ ହୋଇଛି ।

ଏହି ଦୁଇଜଣ ବ୍ୟକ୍ତି ଯୁବତୀ ମଧ୍ୟରେ ବିଶ୍ୱାସଭାଜନ ହେବା ଲାଗି ଦୁଇଜଣ ଏକ କଳାତ୍ମକ ପଥିବୀଟିଏ ଗଢିଛନ୍ତି । ସୃଜନାତ୍ମକ ଚିନ୍ତାଧାରା ଓ ଦର୍ଶନକୁ ନେଇ ସୁନ୍ଦର କାହାଣୀ ରହିଛି ଫିଲ୍ମଟିରେ ।

କ୍ଷଣିକାର ନିର୍ଦ୍ଦେଶନା, ରଚନା ତଥା ସିନେମାଟୋଗ୍ରାଫର୍ ନିଜେ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ, ଫିଲ୍ମର ପ୍ରଯୋଜକ ସ୍ୱସ୍ତିକ ଚୌଧୁରୀ ଥିବା ବେଳେ ଅମ୍ରିତା ଚୌଧୁରୀ କୋରିଓଗ୍ରାଫର ରହିଛନ୍ତି । ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ କୀଶଳୟ ରାୟ ସମ୍ପାଦନା କରିଛନ୍ତି ।

ସବୁଠାରୁ ବଡ଼କଥା ହେଲା ଏହି ଫିଲ୍ମଟି ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ଏକ ଡ଼ିଏସଏଲଆର୍ କ୍ୟାମେରାରେ ହିଁ ସମ୍ପୂର୍ଣ୍ଣ ସୁଟିଂ ହୋଇଛି । ପୁରୀ ଓ ଭୁବନେଶ୍ୱରର ଆଖପାଖ ଅଞ୍ଚଳରେ ସୀମିତ ରହିଛି ଏହାର ସୁଟିଂ । ଏହି ଫିଲ୍ମଟିରେ ପୋଷ୍ଟ ପ୍ରଡ଼କ୍ସନ ଷ୍ଟୁଡ଼ିଓ କି ଅନ୍ୟ ଫିଲ୍ମ ଇକ୍ୱିପମେଣ୍ଟର ବ୍ୟବହାର ହୋଇନାହିଁ ।

‘କ୍ଷଣିକା’ରେ ବିଭିନ୍ନ ଭୁମିକାରେ ଯେଉଁମାନେ ଅଭିନୟ କରିଛନ୍ତି ସେମାନେ ହେଲେ – ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ, ସୁଶାନ୍ତ ମିଶ୍ର, ସ୍ୱସ୍ତିକ ଚୌଧୁରୀ, ଅମ୍ରିତା ଚୌଧୁରୀ, ଚୌଧୁରୀ ବିକାଶ ଦାସ, ଅନୁ ଚୌଧୁରୀ ଏବଂ ହୃଷିକେଶ ଭୋଇ ।

Leave A Reply

Your email address will not be published.