Latest Odisha News

BREAKING NEWS

ଟକ୍ସିକରେ ପ୍ରଶଂସକଙ୍କୁ ପ୍ରଭାବିତ କରୁଛି କିୟାରାଙ୍କ ଫାଷ୍ଟ ଲୁକ

ମୁମ୍ବାଇ: ୟଶ ଅଭିନୀତ ଟକ୍ସିକ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଅବଶ୍ୟ ଏବେ ୟଶଙ୍କ ପ୍ରତ୍ୟେକ ଫିଲ୍ମ ପୂର୍ବରୁ ଦର୍ଶକମାନେ ଉତ୍ସାହିତ ହେବା ସ୍ୱାଭାବିକ ହୋଇଯାଇଛି । ଟକ୍ସିକରେ ୟଶଙ୍କ ସହିତ ନୟନତାରା ଓ କିୟାରା ଆଡଭାନୀ ଅଭିନୟ କରୁଛନ୍ତି । ମେକର୍ସଙ୍କ ପକ୍ଷରୁ ଏବେ କିୟାରାଙ୍କ ଫାଷ୍ଟ ଲୁକ ଜାରୀ କରାଯାଇଛି । ଏଥିରେ ସେ ର‌୍ୟାମ୍ପ ୱାକ କରିବା ସହ କାନ୍ଦୁଥିବା ଦେଖିବାକୁ ମିଳିଛି । ତେବେ ତାଙ୍କ ପଛରେ ଅନ୍ୟମାନେ ଖୁସୀ ମନାଉଛନ୍ତି । ଯାହାକି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ମାର୍ଚ୍ଚ ୨୦୨୫ରେ ଫିଲ୍ମର ପ୍ରଥମ ପୋଷ୍ଟର ଜାରୀ କରାଯାଇଥିଲା ।

ପୋଷ୍ଟର ଶେୟାର କରିବା ସହ ୟଶ ଲେଖିଛନ୍ତି ଟକ୍ସିକ-ଫେୟାରୀ ଟେଲ ଫର ଗ୍ରୋନଅପ୍ସରେ କିୟାରା ନଦିୟାଙ୍କ ଭୂମିକା କରୁଛନ୍ତି । ଭାରତର ସବୁଠାରୁ ବଡ ଫିଲ୍ମକୁ ଆପଣମାନଙ୍କ ସ୍ୱାଗତ ବୋଲି ଜଣେ ୟୁଜର୍ସ ଲେଖିଛନ୍ତି । ଫିଲ୍ମର ଲେଖକ ଓ ପ୍ରଡକ୍ସନ ଟିମରେ ୟଶ ରହିଛନ୍ତି । ୧୯ ମାର୍ଚ୍ଚ ୨୦୨୬ରେ ଫିଲ୍ମ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଗୀତୁ ମୋହନଦାସ ଏହାର ନିର୍ଦ୍ଦେଶନା ଦେଉଛନ୍ତି ।

Leave A Reply

Your email address will not be published.