Latest Odisha News

BREAKING NEWS

କୁନି କୃଷକର ହଳ କରିବା ଦେଖିଲେ ଚକିତ ହୋଇଯିବେ, ଆପଣ ବି କହିବେ ଜୟ କିଷାନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାଣି କାଦୁଆ ଜମିରେ ଲଙ୍ଗଳା ଛୁଆଟିଏ ହଳ କରିବା କେବେ ଦେଖିଛନ୍ତି ? ବୋଝେ ନାଁ । କିନ୍ତୁ ସୋସିଆଲ୍ ମିଡିଆରେ ଗୋଟିଏ କୁନି ଛୁଆର ଏକ ଭିଡିଓ ଜବରଦସ୍ତ ଭାଇରାଲ୍ ହେଉଛି । ଯିଏ ହାତରେ ଲଙ୍ଗଳ ଧରି ହଳ କରୁଛନ୍ତି । ଏହି ଭିଡିଓକୁ ଦେଖିଲେ ଆପଣ ଆଶ୍ଚର୍ୟ୍ୟ ତ ହେବେ । ତାସହ ହସି ହସି ବେଦମ ହୋଇଯିବେ । ପିଲାର ସାହସକୁ ତାରିଫ ନକରି ରହି ପାରିବେ ନାହିଁ ।
ଦେଖନ୍ତୁ ଭିଡିଓ

ଏହି କୁନି କୃଷକର ଭିଡିଓ ସୋସିଆଲ୍ ମିଡିଆରେ ଭାଉରାଲ୍ ହେବାରେ ଲାଗିଛି । ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ଟ୍ୱିଟର ଆକାଉଣ୍ଟ ସେୟାରେ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ପାଣି, କାଦୁଅ ସରସର ଏକ କ୍ଷେତ୍ରରେ ହଳ କରୁଛି କୁନି ପିଲା । ଯେମିତି ପରିସ୍ଥିତି ଆସିଲେ ବି ହାତରୁ ଲଙ୍ଗଳକୁ ଛାଡୁ ନାହିଁ ।

କେହି ଜଣେ ପଛରୁ ହୁଙ୍କାର ଦେବାକୁ ଜୋରରେ ହଳ ଆଗେଇ ଗଲାପରେ ପିଲାଟି ପାଣି କାଦୁଅରେ ଖୋସାଡି ହୋଇ ଯାଉଛି । ଭିଡିଓକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି । ପିଲାଟିର ଏଭଳି କାମ ଲୋକଙ୍କ ହୃଦୟକୁ ଛୁଇଁ ଯାଇଛି ।

Comments are closed.