Latest Odisha News

BREAKING NEWS

ରାୟଗଡାର ଭୂମିହୀନ ଆଦିବାସୀଙ୍କୁ ଘରଡିହ ପଟ୍ଟା ବଣ୍ଟନ

ରାୟଗଡା: ଘରେଘରେ ସେବା ପହଂଚାଉଛି ରାଜସ୍ୱ ରଥ । ଆଜି ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଓ ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧନରେ ଗୁଡାରି ବ୍ଲକର ଶିରୀଗୁଡା ଗାଁର ୬୩ ଜଣ ଭୂମିହୀନ ଆଦିବାସୀଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଛି । ଏହି ଅବସରରେ ସ୍ଥାନୟ ସରପଂଚ ଜାଗାରାଙ୍ଗା ଉପସ୍ଥିତ ଥିଲେ ।

ପୂର୍ବରୁ ଆଦିବାସୀ ଲୋକେ ବହୁବାର ଜିଲ୍ଲା ପ୍ରଶାସନ ତଥା ବିଧାୟକଙ୍କ ନିଜ ସମସ୍ୟା ଜଣାଇଥିଲେ ବି କୌଣସି ସୁଫଳ ମିଳିନଥିଲା । ହେଲେ ଏବେ ଗୁଣୁପୁର ଉପଖଣ୍ଡର ଉପଜିଲ୍ଲାପାଳ ଜେ. ସୋନାଲଙ୍କ ଉଦ୍ୟମ ଯୋଗୁଁ ଗରିବ ଆଦିବାସୀଙ୍କ ସମସ୍ୟା ଦୂର ହୋଇଛି । ବର୍ତ୍ତମାନ ଶିରୀଗୁଡା ଗାଁରେ ପଟ୍ଟା ବନ୍ଟନ ସରିଛି । ତେବେ ଆଗାମୀ ଦିନରେ ସମସ୍ତ ଆଖପାଖ ଗାଁର ଆଦିବାସୀଙ୍କୁ ଘରଡିହ ପଟ୍ଟା ଦିଆଯିବ ବୋଲି ଗୁଡାରି ତହସିଲଦାର ଭାରତୀ ଦେବୀ ଓ ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.