Latest Odisha News

BREAKING NEWS

ଇତିହାସ ରଚିଲେ କିଦାମ୍ବୀ ଶ୍ରୀକାନ୍ତ: ଓ୍ୱାଲର୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଫାଇନାଲରେ ପ୍ରଥମ ଭାରତୀୟ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଇତିହାସ ରଚିଲେ ଭାରତର ସଟଲର କିଦାମ୍ବୀ ଶ୍ରୀକାନ୍ତ । ଓ୍ୱାଲର୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଫାଇନାଲ ଟିକେଟ ହାତଇଛନ୍ତି ଶ୍ରୀକାନ୍ତ । ପ୍ରଥମ ଭାରତୀୟ ଭାବରେ ସେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

ଗତକାଲି ଖେଳାଯାଇଥିବା ସେମିଫାଇନାଲ୍ ଲଢ଼େଇରେ ସେ ଭାରତୀୟ ସଟଲର୍ ଲକ୍ଷସେନଙ୍କୁ ୧୭-୨୧, ୨୧-୧୪, ୨୧-୧୭ ରେ ମାତ ଦେଇଥିଲେ କିଦାମ୍ବୀ ଶ୍ରୀକାନ୍ତ । ଦୁଇ ଭାରତୀୟ ଖେଳାଳିଙ୍କ ଭିତରେ ଜବରଦସ୍ତ ଲଢ଼େଇ ହୋଇଥିଲା । ୬୯ ମିନିଟ ଧରି ଚାଲିଥିଲା ମ୍ୟାଚ୍ । ସେମିରେ ପରାସ୍ତ ସହ ଲକ୍ଷସେନଙ୍କୁ ବ୍ରୋଞ୍ଜ ମେଡାଲରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

କିଦାମ୍ବୀ ଶ୍ରୀକାନ୍ତ ପ୍ରଥମ ଭାରତୀୟ ଭାବରେ ଓ୍ୱାଲର୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଫାଇନାଲରେ ପ୍ରବେଶ କରିଛନ୍ତି । ତାଙ୍କ ପୂର୍ବରୁ ୧୯୮୩ରେ ପ୍ରକାଶ ପାଦୁକୋନ୍ ଓ୍ୱାଲର୍ଡ ବ୍ୟାଡମିଣ୍ଟନ ଚେସ୍ ଚାମ୍ପିଅନସିପରେ ବ୍ରୋଞ୍ଜ ଜିତିଥିଲେ । ତାପରେ ୨୦୧୯ରେ ସାଇ ପ୍ରଣୀତ ଜିତିଥିଲେ ବ୍ରୋଞ୍ଜ ।

Leave A Reply

Your email address will not be published.