Latest Odisha News

BREAKING NEWS

ତପସ୍ୱିନୀଙ୍କ ତପସ୍ୟା: ଶୀତ କାକରରେ ଶ୍ୱଶୁର ଘର ଆଗରେ ଅହୋରାତ୍ର ଧାରଣା

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦ ଥମୁନି । ଅଧିକ ଜଟିଳ ହେବାରେ ଲାଗିଛି । ନ୍ୟାୟ ପାଇଁ ଲଢ଼େଇ ଜାରି ରଖିଛନ୍ତି ତପସ୍ୱିନୀ । ଆସିକା ଗେଷ୍ଟ ହାଉସ୍ ଛାଡ଼ିବା ପରେ ପୁଣି ଥରେ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି । ଦୁଇ ଦିନ ହେବ ଶୀତ କାକରରେ ତମ୍ବୁ ତଳେ ଦିନ ରାତି ଧାରଣା ଚଳାଇଛନ୍ତି । ନ୍ୟାୟ ନମିଳିବା ଯାଏ ଉଠିବେ ନାହିଁ ବୋଲି କହିଛନ୍ତି ତପସ୍ୱିନୀ ।

BjdElectrycity

ସେପଟେ ସୁମିତ ଓ ତାଙ୍କ ପରିବାରକୁ ସ୍ଥାନୀୟ ଲୋକ ଓ ବିଭିନ୍ନ ସଂଗଠନ ନିନ୍ଦା କରୁଛନ୍ତି । ତପସ୍ୱିନୀଙ୍କ ପ୍ରତି ଲୋକଙ୍କର ସମର୍ଥନ ବଢୁଛି । ଗତକାଲି ଗଞ୍ଜାମ ଜିଲ୍ଲା ଓକିଲ ସଂଘର ୩୦ରୁ ଅଧିକ ଆଇନଜୀବୀ ତପସ୍ୱିନୀଙ୍କୁ ଭେଟିଥିଲେ । ଆଇନଗତ ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି ।

ସୁମିତ-ତପସ୍ୱିନୀ ପାରିବାରିକ ବିବାଦରେ ନୂଆ ଟ୍ୱିଷ୍ଟ ସାମନାକୁ ଆସିଛି । ସୁମିତ ନିଜ ପତ୍ନୀଙ୍କୁ ଆପଣାଉ ନଥିବା ବେଳେ ସ୍ୱାମୀଙ୍କୁ ଫେରି ପାଇବା ଲକ୍ଷ୍ୟରେ ସଂଘର୍ଷ ଜାରି ରଖିଛନ୍ତି ତପସ୍ୱିନୀ । ଗତକାଲି ବ୍ରହ୍ମପୁର ପୋଲିସର ଏକ ଟିମ୍ ଯାଇ ସୁମିତଙ୍କ ବାପାଙ୍କୁ ପୁଅ କେଉଁଠି ଅଛି ବୋଲି ପଚରାଉଚରା କରିଥିଲା ।

ସ୍ୱାମୀ-ସ୍ତ୍ରୀଙ୍କୁ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ ବ୍ରହ୍ମପୁର ଏସଡିଜଏମ୍ କୋର୍ଟ । ତାପରେ ସୁମିତ ଅସୁସ୍ଥତା କାରଣରୁ ଛୁଟି ନେଇଛନ୍ତି । ଏକାକୀ ଗେଷ୍ଟ ହାଉସରେ ରହୁଥିଲେ ତପସ୍ୱିନୀ । ସ୍ୱାମୀ ନଫେରିବାରୁ ପୁଣି ଥରେ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି । ଆସନ୍ତାକାଲି ଅନ୍ତରୀଣ ରିଲିଫ ପ୍ରଦାନ ନେଇ ତପସ୍ୱିନୀ କରିଥିବା ପିଟସନର କୋର୍ଟରେ ଶୁଣାଣି ଅଛି ।

Leave A Reply

Your email address will not be published.