Latest Odisha News

କଣ୍ଟାବାଞ୍ଜିରେ ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ବଲାଙ୍ଗିର : କଣ୍ଟାବାଞ୍ଜି ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି ।  ଗିରଫ ବ୍ୟକ୍ତିଙ୍କ ନାଁ ଶୁକମଣି ଚିରାଗୁନ ଓ ଘର ମୁରିବାହାଲ ଥାନା ସୁକୁନିପଦର ଗାଁର ।

ସୂଚନାଅନୁଯାୟୀ, ଶୁକମଣି କଣ୍ଟାବାଞ୍ଜି ଅଞ୍ଚଳରୁ ଗତ ୧୧ ତାରିଖ ରାତିରେ ନାବାଳିକାକୁ ଅପହରଣ କରି ନେଇଯାଇଥିଲା । ଏ ନେଇ ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ପୋଲିସ ଏହି ଘଟଣାରେ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।

Leave A Reply

Your email address will not be published.