Latest Odisha News

୨୦୧୫-୧୯ରେ ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ବୃଦ୍ଧି ପାଇଛି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ପିଲାମାନଙ୍କର ସ୍ୱାସ୍ଥ୍ୟ ପରିସଂଖ୍ୟାନ ଏବେ ଚିନ୍ତାଜନକ ପରିସ୍ଥିତି ଦେଇ ଗତି କରୁଛି। ଡିସେମ୍ବର ୧୨ ରେ ପ୍ରକାଶିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି ଯେ ଦେଶର ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତି ସେତେବେଳେ ଉପୁଜିଛି ଯେତେବେଳେ ଭାରତରେ ପରିମଳ ସୁବିଧା ସୁଦୃଢ ହୋଇଛି ଏବଂ ଲୋକମାନେ ପୂର୍ବ ଅପେକ୍ଷା ଭଲ ପାନୀୟ ଜଳ ସୁବିଧା ପାଇ ପାରୁଛନ୍ତି।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS) ୨୦୧୯-୨୦ର ତଥ୍ୟ ଦର୍ଶାଇଛି ଯେ ଅନେକ ରାଜ୍ୟ ଶିଶୁ ପୁଷ୍ଟିହୀନତାର ମାନଦଣ୍ଡରେ ତଳକୁ ଖସି ଆସିଛନ୍ତି। ଉଲ୍ଲେଖ ଥାଉ କି, ଶିଶୁଙ୍କ ପୁଷ୍ଟିହୀନତା ଶିଶୁ ଷ୍ଟଣ୍ଟିଂ, ଶିଶୁ ଭେଷ୍ଟିଂ, ଶିଶୁଙ୍କ ଓଜନ କମ ଏବଂ ଶିଶୁ ମୃତ୍ୟୁ ହାର ଉପରେ ମାପ କରାଯାଏ।

ଏହି ମାପଦଣ୍ଡରେ, ଶିଶୁର ଓଜନ ଏହାର ଲମ୍ବ ଅନୁପାତରେ ମାପ କରାଯାଏ। ଏହା ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ପାଉଛି। ତେଲ‌େଙ୍ଗାନା, କେରଳ, ବିହାର, ଆସାମ ଏବଂ ଜାମ୍ମୁ ଅଞ୍ଚଳର ୟୁନିଅନ ଟେରିଟୋରୀ ଭଳି ଅନେକ ରାଜ୍ୟରେ ଶିଶୁ ମୃତ୍ୟୁହାର ବୃଦ୍ଧି ପାଇଛି। ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ଏହି ମାନଦଣ୍ଡରେ ସ୍ଥିର ରହିଛି।

NFHS-5 ସର୍ବେକ୍ଷଣ ଅନୁଯାୟୀ, ବିହାର, ହିମାଚଳ, ଆସାମ, କେରଳ, ମିଜୋରାମ, ନାଗାଲାଣ୍ଡ, ତେଲେଙ୍ଗାନା, ମଣିପୁର, ତ୍ରିପୁରା, ଜାମ୍ମୁ କାଶ୍ମୀର, ଲଦାଖ ଏବଂ ଲାକ୍ଷାଦ୍ବୀପ ଅଞ୍ଚଳରେ ପାଞ୍ଚ ବର୍ଷରୁ କମ୍ ଦୁର୍ବଳ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ଏହି ପ୍ରତିଶତ ସମାନ ରହିଛି।

ଯଦି ଆମେ କମ୍ ଓଜନ ବିଶିଷ୍ଟ ଶିଶୁଙ୍କ ଅନୁପାତ ବିଷୟରେ କହିବା, ତେବେ ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆସାମ ଏବଂ କେରଳ ଭଳି ଅନେକ ବଡ ରାଜ୍ୟରେ ଏହା ବୃଦ୍ଧି ପାଇଛି।

ଶିଶୁ ଷ୍ଟଣ୍ଟିଂ ବିଷୟରେ କହିବାକୁ ଗଲେ ତେଲେଙ୍ଗାନା, ଗୁଜୁରାଟ, କେରଳ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ଶିଶୁ ଷ୍ଟଣ୍ଟିଂର ଅନୁପାତ ବୃଦ୍ଧି ପାଇଛି। ଶିଶୁ ଷ୍ଟଣ୍ଟିଂ ଅର୍ଥ ବୟସ ଅନୁପାତରେ ପିଲାମାନଙ୍କର ବୃଦ୍ଧି।

Leave A Reply

Your email address will not be published.