Latest Odisha News

BREAKING NEWS

ବ୍ୟାପୁଛି କିଡନୀ ରୋଗ, ଦିନକରେ ଗଲାଣି ୨ ଜଣଙ୍କ ଜୀବନ

ଟିଟିଲାଗଡ଼: ବ୍ୟାପୁଛି କିଡନୀ ରୋଗ । ଗଲାଣି ୨ ଜୀବନ । ଏବେବି ସଂଘର୍ଷ କରୁଛନ୍ତି ୪ ଜଣ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସଇଁତଳା ବ୍ଲକ ଜାମଖୁଣ୍ଟାର ଗାଁରେ ।

ଏହି ଗାଁରେ କିଡ୍‌ନୀ ରୋଗ ବ୍ୟାପିବାର ଅଭିଯୋଗ ହୋଇଛି । ଆଜି ଗୋଟିଏ ଦିନରେ ଉକ୍ତ ଗାଁରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇଜଣ ୫ହ ଓ ୫୫ ବର୍ଷୀୟ ବ୍ୟକ୍ତି କିଡନୀ ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ଓ ଏମ୍‌କେସିଜିରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଏବେବି ଏହି ଗାଁରେ ୪ ଜଣ ଆକ୍ରାନ୍ତ ଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ କିଡନୀ ରୋଜ ବ୍ୟାପୁଛି ଏନେଇ କୌଣସି ସ୍ପଷ୍ଟତା ମିଳିପାରିନାହିଁ ।

Comments are closed.