Latest Odisha News

BREAKING NEWS

କଳାଭୂମି ଓ ପାନ୍ଥନିବାସ ବୁଲିଲେ କୁନିକୁନି ପିଲା

ଭୁବନେ‌ଶ୍ୱର: ଲକ୍‌ଡାଉନ ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ପିଲାଏ ବିରକ୍ତ ହୋଇଗଲେଣି । ସେପଟେ ବାପା ମାଆ ବି ସବୁ ବେଳେ କାମରେ ବ୍ୟସ୍ତ । ତେଣୁ ସେମାନଙ୍କୁ ଘରୁ ବେଶୀ ବାହାରିବାର ସୁଯୋଗ ବି ନାହିଁ । ସେମାନଙ୍କୁ ଟିକେ ବୁଲାବୁଲିର ମଜ୍ଜା ଦେବା ପାଇଁ ରବିବାର ଉଦ୍ୟମ କରିଥିବା ‘ଶ୍ରୀ’ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ।

ଗତ କାଲି ରବିବାରରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ପାଣିଟାଙ୍କି ବସ୍ତିର କୁନିକୁନି ପିଲାମାନଙ୍କୁ ଏକ ବସ୍ ଯୋଗେ ‘କଳାଭୂମି’ ଅଣାଯାଇଥିଲା । ସେଠାରେ ପିଲାମାନେ ଓଡ଼ିଶାର ଗୌରବମୟ କଳା,ସଂସ୍କୃତି ଓ ଐତିହ୍ୟ ଦେଖି ବେଶ୍ ଖୁସି ହୋଇଥିଲେ । ଏହା ପରେ ସେମାନଙ୍କୁ ପାନ୍ଥନିବାସ ନିଆଯାଇ ସେଠାରେ ଓଟିଡିସି ପକ୍ଷରୁ ପୋଷାକ ଓ ଶିକ୍ଷଣୀୟ କିଟ୍ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଓଟିଡିସିର ବରିଷ୍ଠ ପଦାଧିକାରୀମାନଙ୍କ ସମେତ ‘ଶ୍ରୀ’ ଅଭିଯାନର ମୁଖ୍ୟ ସମାଜସେବୀ ପ୍ରୀତିଛନ୍ଦା ଧଳ, ଅଭିଯାନରେ ଜଡ଼ିତ ସମାଜସେବୀ ନମ୍ରତା ଚଢ଼ା ଓ ଅଭିଯାନର ସଂଯୋଜିକା ବବିତା ସ୍ୱାଇଁ ଓ ପ୍ରଭା ନଳିନୀ ସାହୁ , ଆରତୀ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

କୁନି କୁନି ପିଲାମାନେ କଳାଭୂମି ଓ ପାନମ୍‌ଥନିବାସ ବୁଲି ବେଶ୍ ଖୁସିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.