Latest Odisha News

BREAKING NEWS

IDBPପରୀକ୍ଷାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ

ଭୁବନେଶ୍ୱର : ଆଇବିଡିପି ପରୀକ୍ଷାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ । ଇଣ୍ଟରନାସ୍‍ନାଲ୍‍ ବାକାଲରେଟ୍‍ ଡିପ୍ଲୋମା ପ୍ରୋଗ୍ରାମ୍‍ (ଆଇବିଡିପି) ପରୀକ୍ଷାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍ତି । ମଙ୍ଗଳବାର ପ୍ରକାଶିତ ପରୀକ୍ଷା ଫଳ ଅନୁସାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ର ୨୫ ପ୍ରତିଶତ ଛାତ୍ରଛାତ୍ରୀ ୪୦ ପଏଣ୍ଟରୁ ଊର୍ଦ୍ଧ୍ୱ ସ୍କୋର କରିଥିବା ବେଳେ ସ୍କୁଲ୍‍ର ହାରାହାରି ସଫଳତା ୩୬ ପଏଣ୍ଟ ରହିଛି । ସ୍କୁଲ୍‍ର ସାତ୍ତ୍ୱିକ ପାଣିଗ୍ରାହୀ ମୋଟ ୪୫ ପଏଣ୍ଟରୁ ସର୍ବାଧିକ ୪୩ ପଏଣ୍ଟ ସହ ସମସ୍ତ ୬ଟି ଯାକ ବିଷୟରେ ସର୍ବାଧିକ ୭ ପଏଣ୍ଟ ହାସଲ୍‍ କରି ସ୍କୁଲ୍‍ ଟପ୍ସର ହୋଇଛନ୍ତି ।

ସେହିଭଳି ବର୍ଷର ଭାଲେଡିକ୍ଟୋରିଆନ୍‍ ହେବା ସହ ଆମେରିକାର ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସମୀକ୍ଷା ସାମନ୍ତରାୟ ୪୨ ପଏଣ୍ଟ ହାସଲ କରି ସାଲ୍ୟୁଟାଟୋରିଆନ୍‍ ହେବା ସହ ସିଙ୍ଗାପୁରସ୍ଥିତ ନନ୍ୟାଙ୍ଗ ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେହିପରି ଭାସ୍ୱତୀ ବାସୁମାତାରି ୪୧ ପଏଣ୍ଟ ସହ ଇଂଲଣ୍ଡର କେମ୍ବ୍ରିଜ୍‍ ଅଧୀନସ୍ଥ ଟ୍ରିନିଟି କଲେଜ ଓ ଜୟଦୀପ ଦାଶ ୪୦ ପଏଣ୍ଟ ସହ ଲଣ୍ଡନର ଇମ୍ପେରିଆଲ୍‍ କଲେଜରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟାଂଶ ବଳ ଓ ସ୍ୱାଧୀନ ରାଉତ କାନାଡ଼ାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ, ଊନିକା ଦାଶ ଇଂଲଣ୍ଡର ୟୁନିଭରସିଟି ଅଫ୍‍ ସେଫିଲ୍‍ଡରେ ଉଚ୍ଚଶିକ୍ଷା ପାଇବା ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ବି. ଅଙ୍କିତ ପାତ୍ର ଆମେରିକାର ପରଡିଉ ବିଶ୍ୱବିଦ୍ୟାଳୟ ଓ ଅଙ୍କିତା ନାୟକ ଇଂଲଣ୍ଡର ୱାରିକ୍‍ ଓ କିଙ୍ଗସ କଲେଜରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଓଡ଼ିଶାର ଏକମାତ୍ର ସ୍କୁଲ୍‍ ଭାବେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଆଇବିଡିପି ପାଠ୍ୟକ୍ରମ ପ୍ରଦାନ କରିଆସୁଛି ।

ଏହା ଦ୍ୱାରା ଏହି ଡିପ୍ଲୋମା ପ୍ରୋଗ୍ରାମ ଛାତ୍ରଛାତ୍ରୀଙ୍କୁ ବିଦେଶରେ ଉଚ୍ଚଶିକ୍ଷା ଲାଭ କରିବାରେ ସହାୟକ ହେଉଛି । କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଲଗାତାର ୭ ପଏଣ୍ଟ ଲେଖାଏଁ ସ୍କୋର କରି ସ୍କୁଲ୍‍ର ଗୁଣାତ୍ମକ ଶିକ୍ଷା ପ୍ରତିପାଦିତ କରିପାରିଛନ୍ତି । ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

Leave A Reply

Your email address will not be published.